ବିଭିନ୍ନ ଦାବି ନେଇ କୋଶଲ ସେନାର ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ,୨୬।୭: ବରଗଡ଼ ଜିଲା କୋଶଲ ସେନା ପକ୍ଷରୁ ଶୁକ୍ରବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଧନୁଯାତ୍ରାରେ ସମ୍ବଲପୁରୀ ଭାଷା ବ୍ୟବହାର, କୋଶଲାଞ୍ଚଳକୁ ମରୁଡ଼ି ଘୋଷଣା, ସମ୍ବଲପୁରୀ /କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ଆଦି ଦାବି କରାଯାଇଛି । ପଦ୍ମଶ୍ରୀ ହଲଧର ନାଗ, ବାଳଗୋପାଳ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଡାକବଙ୍ଗଳାରୁ ବାହାରି ଶୋଭାଯାତ୍ରାରେ ଜିଲାପାଳ ଅଫିସକୁ ଆସିଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।