ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ ଖଇରା ପୋଲିସ ଶନିବାର କୁପାରୀ ଅଞ୍ଚଳରୁ ଗିରଫ କରିଛି। ତାଙ୍କ ଘର ସିମୁଳିଆ ଥାନା ଅଧୀନ ଆନନ୍ଦପୁର ଗ୍ରାମରେ। ସେ ୧୦ତାରିଖରେ ଖଇରା ବଜାର ଆଳଦା ଛକରେ ଥିବା ସୁକାନ୍ତ ବେହେରାଙ୍କ ମୋବାଇଲ ଦୋକାନରୁ ଏକ ଦାମୀ ମୋବାଇଲ ଚୋରି କରିବା ପରେ ଖଇରା ଥାନା ଏସ୍‌ଆଇ ଅଶ୍ୱିନୀ ବେହେରା ଏକ ମାମଲା(ନଂ.୭୨/୨୦) ରୁଜୁ କରିଥିଲେ। ତାଙ୍କୁ କୁପାରୀରୁ କାବୁ କରାଯାଇଥିଲା। ତାଙ୍କୁ ପଚରାଉଚୁରା ପରେ ଅନ୍ୟାନ୍ୟ ଅଞ୍ଚଳରୁ ସାଇକେଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ସ୍ବୀକାର କରିଛନ୍ତି।