ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି

ବ୍ରହ୍ମଗିରି, ୭ା୬(ଡି.ଏନ.ଏ): ମାନବୀୟ ରିତିନୀତି ଭଳି ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି। ଶୁଭ ଶୁଙ୍ଗ ସହ ହୁଳ ହୁଳରେ ପ୍ରକମ୍ପିତ ହେଉଥାଏ ଦେବାଳୟ। ଦେବ ଦମ୍ପତିଙ୍କ କନ୍ୟା ପିତା ଓ ବରପିତା ଗୁରୁ ଦାୟିତ୍ୱ ତୁଲାଇ ହସ୍ତଗଣ୍ଠି ପକାଇ ନିଜର କର୍ତ୍ତବ୍ୟ ସମ୍ପାଦନା କରିଥିଲେ। ଏହି ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁକ୍ରବାର ଉତ୍ସବ ମୁଖର ହୋଇପଡିଥିଲା ବ୍ରହ୍ମଗିରି ଗ୍ରାମର ଅଧିଷ୍ଠିତ ଶ୍ରୀ ଆଖଣ୍ଡଳମଣୀଙ୍କ ପୀଠ। ପୀଠରେ ପବିତ୍ର ଶିବ ବିବାହ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇ ଆଖଣ୍ଡଳମଣୀ ଶ୍ରୀ ଶିବଙ୍କ ସହିତ ମାଆ ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଶୁକ୍ରବାର ଶ୍ରୀ ଆଖଣ୍ଡଳମଣୀଙ୍କ ପୀଠରେ ସମସ୍ତ ନୀତି ସମ୍ପାଦନ ପରେ ଶଙ୍କର ଭଗବାନଙ୍କ ବାହନ ବୃଷଭଙ୍କୁ ସୁସଜ୍ଜିତ କରାଯାଇ ପ୍ରଭୂଙ୍କୁ ବର ବେଶରେ ସୁସଜ୍ଜିତ କରାଯାଇଥିଲା। ବାଜା, ବାଣ ରୋଷଣୀରେ ବରଯାତ୍ରୀ ମାନେ ଆସିଥିଲେ। ପରେ ପ୍ରଭୂଙ୍କୁ ମନ୍ଦିର ପରିସର ମଧ୍ୟରେ ଥିବା ବିବାହ ବେଦୀରେ ବିରାଜମାନ କରାଯାଇଥିଲା। କନ୍ୟା ବେଶରେ ଅପେକ୍ଷାରତ ମାଆ ପାର୍ବତୀ ବେଦୀରେ ପହଞ୍ଚତ୍ବା ପରେ ବିବାହ ନୀତି ସମ୍ପନ୍ନ କରାଯାଇଥିଲା। ସମ୍ପୂର୍ଣ୍ଣ ମାନବୀୟ ରୀତିରେ ହେଉଥିବା ଏହି ଦେବ ବିବାହରେ ବାଟ ବରଣ ଉତ୍ସବ ବୈଦିକ ପଣ୍ଡିତଙ୍କ ବେଦ ମନ୍ତ୍ର ଧ୍ୱନି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ହରିବୋଲ ଓ ହୁଳହୁଳି ମଧ୍ୟରେ ଦେବଦମ୍ପତିଙ୍କ ହସ୍ତଗ୍ରନ୍ଥି କାର୍ଯ୍ୟ ସମାପନ କରାଯାଇଥିଲା। କନ୍ୟା ପିତା ଭାବେ ଲକ୍ଷ୍ମୀନାରାୟଣ ମିଶ୍ର ଏବଂ ବର ପିତା ଭାବେ ପ୍ରଦୀପ୍ତ ଶତପଥୀ ବିବାହ କାର୍ଯ୍ୟ ତୁଲାଇଥିଲେ। ବରଯାତ୍ରୀ ଓ ଗ୍ରାମବାସୀଙ୍କୁ କନ୍ୟା ପିତାଙ୍କ ତରଫରୁ ଜଳ ପାନ ଓ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ଶିବ ବିବାହ ପରେ ମନ୍ଦିର ବାହୁଡା ଓ ଶୀତଳଷଷ୍ଠୀ ଯାତ୍ରା ମହା ସମାରୋହରେ ଶେଷ ହୋଇଥିଲା। ଏହି ଅବସରରେ କଉଡିଖେଳ, ସୁଦ୍ଧପୁତ ଭାବରେ ଉପସ୍ଥିତ ଥିବା ଗାଁର ମହିଳା ମାନଙ୍କ ଦ୍ୱାରା ବନ୍ଦାପନା ହୋଇ ଅମୃତାସନ ବିଧି ମଧ୍ୟ ପାଳନ କରାଯାଇଥିଲା। ଏହି ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ଶ୍ରୀକାଣ୍ଡେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଶ୍ରୀଐଶାନେଶ୍ୱର ଦେବ, ଶ୍ରୀବାଲିକପିଳେଶ୍ୱର ଦେବଙ୍କ ସମେତ ଅନ୍ୟାନ୍ୟ ଶୈବପୀଠରେ ଶିବ ବିବାହ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri