ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର: ଯୁବକ ଗିରଫ

କୋରୁକୋଣ୍ଡା ୧୫।୧୦(ଡି.ଏନ.ଏ): ବିବାହର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। କୋରାପୁଟ ଜିଲାର ଦୋରାଗୁଡା ଗ୍ରାମର ନିରଞ୍ଜନ ଗରଡା(୨୨) ୩ ବର୍ଷ ହେବ ଜଣେ ଝିଅକୁ ପ୍ରେମ କରି ଆସୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଝିଅଟି ୬ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ନିରଞ୍ଜନ ବିବାହ କରିବା ପାଇଁ କହୁଥିଲେ ମଧ୍ୟ କରୁ ନ ଥିଲେ। ଯୁବତୀଙ୍କ ମାତାପିତା ବାରମ୍ବାର ପୁଅର ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସେମାନେ ଏହା ଶୁଣି ନ ଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀ ଜଣକ ମାଲକାନଗିରି ଜିଲା ଅନ୍ତର୍ଗତ ଓରକେଲ ଥାନାରେ କେସ ନଂ ୧୬୨ରେ ମାମଲା ରୁଜୁ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଧାରା ୩୭୬ ଅନୁଯାୟୀ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।