Categories: ଗଞ୍ଜାମ

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଅନ୍ୟ ଏକ ଗାଁର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଜଣକ ହେଲେ ବି. ଶିବଶଙ୍କର। ଏ ନେଇ ଥାନାରେ ଏକ ମାମଲା ନଂ. ୧୭୦/୧୯ ରୁଜୁ କରାଯାଇଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ବୁଧବାର ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ସୂଚନାଯୋଗ୍ୟ, ଯୁବତୀ ଜଣକ ତାଙ୍କ ମାଉସୀଙ୍କ ଗାଁକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ଜୁନ ୨ ତାରିଖ ରାତିରେ ସେ ଶୋଇଥିବା ବେଳେ ସେହି ଗାଁର ଅଭିଯୁକ୍ତ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିଲେ। ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ। ଯୁବତୀ ଜଣକ ଗର୍ଭବତୀ ଥିବା ପୋଲିସ ନିକଟରେ ବୟାନ ଦେଇଛନ୍ତି।