ବିବାଦୀୟ ଜମିରେ ଲଜିଷ୍ଟିକ ପାର୍କ ନିର୍ମାଣ ମାମଲା:ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଯାଜପୁର ଅଫିସ, ୧୩ା୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ୧୧.୯୯୦ ଏକର ପରିମିତ ଶାଳ କିସମ ଜମିରେ ବିନା ପରିବେଶ ମଞ୍ଜୁରୀରେ ସାଇଜର ଲଜିଷ୍ଟିକ ପାର୍କ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ରେ ୪୨/୨୦୧୯ (ଇଜେଡ)ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଏକ ଯୁଗ୍ମ ତଦନ୍ତକାରୀ ଦଳ ନୀରିକ୍ଷଣ କରି ଗତ ନଭେମ୍ବର ଦ୍ୱିତୀୟ ସପ୍ତାହରେ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଯୁଗ୍ମ ରିପୋର୍ଟରେ ଜଙ୍ଗଲ କିସମ ଜମିକୁ ଅଣ ଜଙ୍ଗଲ ଜମି ଭାବେ ବ୍ୟବହାର ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରେ ପରିବର୍ତ୍ତନ କରାଯାଇଛି ବୋଲି ଦର୍ଶାଯାଇଛି। ଏହାସହ ଅନ୍ୟାନ୍ୟ ଅଭିଯୋଗ ସଂକ୍ରାନ୍ତରେ ସକରାମତ୍କ ରିପୋର୍ଟ ପ୍ରଦାନ କରିବା ସହ ଏହି ପ୍ରକଳ୍ପ ପାଇଁ ଇଆଇଏ (ଏନଭାରମେଣ୍ଟ ଇମ୍ପାକ୍ଟ ଏସେସମେଣ୍ଟ) ନୋଟିଫିକେସନ-୨୦୦୬ ଅନୁଯାୟୀ କୌଣସି ପରିବେଶଗତ ଅନୁମତିର ଆବଶ୍ୟକତା ନାହିଁ ବୋଲି କମିଟୀ ପକ୍ଷରୁ ରିପୋର୍ଟ ଦାଖଲ ହୋଇଛି। ତେବେ ଏହି ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରୀର ଆବଶ୍ୟକତା ରହିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ଏନଜିଟି ପକ୍ଷରୁ ୬ା୧ା୨୦୨୦ ତାରିଖ ଶୁଣାଣିରେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌)ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ଏନ୍‌ଜିଟିର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ା୨ା୨୦୨୦ରେ ସ୍ଥିରୀକୃତ ହୋଇଛି।
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅନୁସାରେ ଯଖପୁରାସ୍ଥିତ ୧୪୧୯.୯୫ ହେକ୍ଟର ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ଲୁହାପଥର (ଆଇରନ ଓର) ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋ ଦ୍ୱାରା ଜମି ପରିବର୍ତ୍ତନ ପ୍ରସ୍ତାବ ୧୯୯୩ ମସିହାରେ ଦାଖଲ ହୋଇଥିଲା। ଯାହାକି ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ହୋଇଛି। ଏଥିରୁ ଯଖପୁରା ମୌଜାର ଖାତା ନମ୍ବର ୪୧୯ ଅନାବାଦି ପ୍ଲଟ ନମ୍ବର ୮୬୫ ଓ ୮୬୭, କିସମ ଶାଳଜଙ୍ଗଲ ୧୧.୯୯୦ ଏକର ଜମିରେ ଏକ ଲଜିଷ୍ଟିକ ପାର୍କ ନିର୍ମାଣାଧିନ ରହିଛି ବୋଲି ଯୁଗ୍ମ ରିପୋର୍ଟରେ ଦାଖଲ ହୋଇଛି। ଏହାସହ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ୨୦୦୫ ଜାନୁୟାରୀ ୧୪ରେ ଏହି ଜମିକୁ ଶିଳ୍ପ ପାଇଁ ବ୍ୟବହାର ଉପଯୋଗୀ ବୋଲି ମଧ୍ୟ ଆମେଣ୍ଡମେଣ୍ଟ ମଞ୍ଜୁରୀ ମିଳିଛି। ଯାହାକି ରାଜ୍ୟ ସରକାର ଓ ଇଡକୋ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି। ସେଥିମଧ୍ୟରୁ ୧୧.୯୯୦ ଏକର ଜମିକୁ ସାଇଜର ଇଣ୍ଟରପ୍ରାଇଜେସ ପ୍ରାଇଭେଟ ଲିଃକୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପାଚେରୀ, ଜମି ଉନ୍ନତୀକରଣ ବ୍ୟତୀତ ଲଜିଷ୍ଟିକ ପାର୍କ ସୁବିଧା ପାଇଁ ନିର୍ମାଣ ଆରମ୍ଭ ହୋଇନାହିଁ। ଏହି ସ୍ଥିତିରେ ପରିଚାଳନା ଅନୁମତିର ଆବଶ୍ୟକତା ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ପତ୍ରସଂଖ୍ୟା ୧୩୫୬/୨୬ା୭ା୨୦୧୯ ତାରିଖରେ ପ୍ରତିଷ୍ଠା ଅନୁମତି ମିଳିସାରିଛି। ଅନ୍ୟପକ୍ଷେ ଟାଟା ଷ୍ଟିଲ କାରଖାନା ପରିସରରୁ ଏହି ଜମିର ଉନ୍ନତିକରଣ ପାଇଁ ମାଟି, ମୋରମ ଆଦି ଅଣାଯାଇ ବ୍ୟବହାର ହୋଇଛି। ଏପରିକି ବ୍ୟବହୃତ ହୋଇଥିବା ମାଟି ଓ ମୋରମ ପାଇଁ ଦାନଗଦି ତହସିଲଦାରଙ୍କ ନିକଟରେ ଆବଶ୍ୟକ ରାଜସ୍ବ ପୈଠ କରାଯାଇଛି। ଭୂତଳ ଜଳ ବ୍ୟବହାର ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି(ସିଜିଡବ୍ଲୁଏ)ଙ୍କ ନିକଟରୁ ପତ୍ରସଂଖ୍ୟା ୨୦୧୯/୫୬୩୧ରେ ଏନ୍‌ସସି ନିଆଯାଇଛି। ଯୁଗ୍ମ କମିଟିର ନୀରିକ୍ଷଣରେ ପ୍ରକଳ୍ପ ପରିସରରେ ୨ଟି ବୋରୱେଲ ସ୍ଥାପନ ହୋଇଛି। ତେବେ ଏନ୍‌ଜିଟିରେ ଅଭିଯୋଗ ଅନୁସାରେ ପରିବେଶଗତ ଅନୁମତି (ଇସି)ର ଆବଶ୍ୟକତା ଉପରେ କେବଳ ପ୍ରଶ୍ନ ଉଠିଛି। ତେଣୁ ଏହି ପ୍ରଶ୍ନ ଉପରେ ଏନଜିଟିର ପରବର୍ତ୍ତି ଶୁଣାଣି ୧୯ା୨ା୨୦୨୦ ପୂର୍ବରୁ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଯୁଗ୍ମ କମିଟିର ଏହି ରିପୋର୍ଟ ଉପରେ ଚ୍ୟାଲେଞ୍ଜ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଏକ ସତ୍ୟପାଠ ଦାଖଲ ହୋଇଛି। ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି ସାଇଜର ଲଜିଷ୍ଟିକ ପାର୍କ ପାଇଁ ଇସିର ଆବଶ୍ୟକତା ରହିଛି କି ନାହିଁ ତାହା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯିବ। ଏଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri