ବଜେଟକୁ ନେଇ ବଜାର ବିଶେଷଜ୍ଞଙ୍କ ମତ: ବିକଳ୍ପ ଉପରେ ଫୋକସ କରିପାରନ୍ତି ସୀତାରାମନ

ମୁମ୍ବାଇ,୧୩-୧: ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ବଜେଟରେ ସରକାର ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ବିଭିନ୍ନ ପଦକ୍ଷେପ ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏବେ ଅର୍ଥ ବ୍ୟବସ୍ଥାରେ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ସେହିଭଳି ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଟିକସ ସଂଗ୍ରହ ହେଉନାହିଁ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୫% ରହିବ ବୋଲି ନ୍ୟାଶନାଲ ସାମ୍ପୂଲ ସର୍ଭେ(ଏନ୍‌ଏସ୍‌ଓ) ପକ୍ଷରୁ ଆକଳନ କରାଯାଇଛି। ଏହା ୧୧ ବର୍ଷର ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ଅର୍ଥନୀତିକୁ ସୁଧାରିବା ଲାଗି ସୀତାରାମନ ଯେତେବେଳେ ବି ଆଗକୁ ପାଦ କାଢିଛନ୍ତି ତାଙ୍କ ସାମ୍ନାରେ ଏକ ସୀମା ରେଖା ଆସିଛି। ମାତ୍ର ଏବେ ମଧ୍ୟ କିଛି ଉପାୟ ଅର୍ଥମନ୍ତ୍ରୀଙ୍କ ନିକଟରେ ରହିଛି। ବଜେଟରୁ ଏବେ ଶିଳ୍ପ ଜଗତ ଆଶା କିଛି ଖାସ୍‌ ନାହିଁ। ସରକାର ଶିଳ୍ପ ଜଗତ ଲାଗି କର୍ପୋରେଟ ଟିକସ ହ୍ରାସ କରିବା ସହ ଅନ୍ୟ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିସାରିଛନ୍ତି।
ଚଳିତ ବର୍ଷ ବିତ୍ତିୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ଟପି ଯାଇଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଯଥାର୍ଥବାଦୀ ହୋଇ ପଡିଛନ୍ତି। ବିତ୍ତୀୟ ନିଅଣ୍ଟ ଟପିବାର ଆବଶ୍ୟକତାକୁ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇରେ ଆସିଥିବା ବଜେଟରେ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ମୋଟ ଜିଡିପିର ୩.୩% ଧାର୍ଯ୍ୟ କରାଯାଇଥିଲା। ଏଭଳି ସ୍ଥିତିରେ ସୀତାରାମନଙ୍କ ନିକଟରେ କେଉଁ ସବୁ ବିକଳ୍ପ ରହିଛି ସେ ନେଇ ଅର୍ଥନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଗୁଡଗାଓଁ ଭିତ୍ତିକ ଫିଟବ୍ୟାକ ଇନଫ୍ରାର ବିନାୟକ ଚାଟାର୍ଜୀ କହିଛନ୍ତି ଯେ, କୋର ସେକ୍ଟର ପ୍ରକଳ୍ପଗୁଡିକୁ ପୂରଣ କରିବା ଲାଗି ବଜେଟରେ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ(ଡିଏଫ୍‌ଆଇ) ସ୍ଥାପନ ନେଇ ବିଚାର କରାଯାଇପାରେ। ପୂର୍ବତନ ଆର୍ଥତ୍କ ପରାମର୍ଶଦାତା ଅରବିନ୍ଦ ବିରମାନୀଙ୍କ କହିଛନ୍ତି, ବିତ୍ତୀୟ ନିଅଣ୍ଟ ବଢିବାକୁ ବିରୋଧ କରାଯାଇ ନ ପାରେ। ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସୁଧାର ଏବଂ ପରୋକ୍ଷ ଟିକସ ଜିଏସ୍‌ଟିରେ ସରଳୀକରଣ ଆସିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରି ପାରନ୍ତି।
ହିରାନନ୍ଦନ ଗ୍ରୁପର ଏମ୍‌ଡି ନିରଞ୍ଜନ ହିରାନନ୍ଦୀନି କହିଛନ୍ତି ଯେ, ବଜାରରେ ମୁଦ୍ରା ସଞ୍ଚାଳନ ଏବଂ ନଗଦ ବଢାଇବାକୁ ହେବ। ଏହା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଧ୍ୟାନ ଦେବାକୁ ପଡିବ। ଅର୍ଥ ବ୍ୟବସ୍ଥାକୁ ଟ୍ରାକରେ ଆଣିବା ଦିଗରେ ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ। ସେହିଭଳି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲର ଯୁଗ୍ମ ଏମ୍‌ଡି ଶେଷାଗିରି ରାଓ କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରକୁ ଆସିବା ଲାଗି ଅତୀତରେ ବ୍ୟାଙ୍କଗୁଡିକୁ କମ୍ପାନୀ ଋଣ ମାଗିଛନ୍ତି। ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ବ୍ୟାଙ୍କଗୁଡିକର ସ୍ଥିତି ସମ୍ପୂର୍ଣ୍ଣ ବଦଳି ନ ଥିଲେ ମଧ୍ୟ ସେମାନେ ପ୍ରୋଭିଜନିଂ ଉପରେ ଧ୍ୟାନ ଦେଉଛନ୍ତି।
ବଜେଟରୁ ବିଭିନ୍ନ କ୍ଷେତ୍ରର ଆଶା
ପର୍ଯ୍ୟଟନ:-ଗତ ବଜେଟରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ସରକାର ୧୩୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଆଗାମୀ ବଜେଟରେ ଏହି କ୍ଷେତ୍ର ଅଧିକ ବ୍ୟୟ ବରାଦ ଆଶା କରୁଛି। ଗ୍ରୀନ ଟୁରିଜିମ ଏବଂ ଆଞ୍ଚଳିକ ମଲ୍ଟି ମୋଡାଲ ସଂଯୋଗ ଉପରେ ବିଚାର କରିବାକୁ ଶିଳ୍ପର ଦାବି ରହିଛି।
ସୂଚନା ପ୍ରଯୁକ୍ତି:- ବର୍ତ୍ତମାନ ଭାରତୀୟ ଆଇଟି ଏବଂ ଆଇଟିଇଏସ୍‌ ବାଣିଜ୍ୟ କାରବାର ୧୭୭ ବିଲିୟନ ଡଲାର ରହିଛି। ଏହି କ୍ଷେତ୍ରର ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ସ୍ବତନ୍ତ୍ର ଅର୍ଥନୈତିକ ଜୋନ ସ୍ଥାପନ ଉପରେ ଶିଳ୍ପର ଦାବି ରହିଛି। ସେହିଭଳି ଅଧିକ ଗବେଷଣା ଏବଂ ଉନ୍ନତିକରଣ କେନ୍ଦ୍ର ସ୍ଥାପନ, ଫାର୍ମଗୁଡିକ ଲାଗି ଟିକସ ରିହାତି, ଆର୍ଟିଫିସିଆଲ ଇଣେଲିଜେନ୍ସ ଏବଂ ରୋବଟିକ୍ସର ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ ଶିଳ୍ପ ଆଶାବାଦୀ ରହିଛି।
ବୟନ:- ଦେଶର ବୟନ ଶିଳ୍ପରେ ବର୍ତ୍ତମାନ ୪୫ ନିୟୁତ ଲୋକ ପ୍ରତ୍ୟକ୍ଷ ଭାବେ କାମ କରୁଛନ୍ତି। ଏହାର ଆନୁଷଙ୍ଗିକ କ୍ଷେତ୍ରରେ ୬୦ ନିୟୁତ ଲୋକ କାର୍ଯ୍ୟ କରୁଥିବା ଜଣାପଡିଛି। ଏହି କ୍ଷେତ୍ରରେ ରପ୍ତାନିକୁ ଅଧିକ ପ୍ରତିଦ୍ୱନ୍ଦ୍ୱି କରିବାକୁ ଶିଳ୍ପ ପକ୍ଷରୁ ମତ ରହିଛି। ପ୍ରମୁଖ ବଜାର ଗୁଡିକରେ ଟିକସ ମୁକ୍ତ ପ୍ରବେଶର ସୁବିଧା ହାସଲ ନେଇ ଏହି ଶିଳ୍ପ ଆଶାବାଦୀ ରହିଛି। ସେହିଭଳି ଏହି କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରିଥିବା ଟିକସ କମାଇବାକୁ ଦାବି ହେଉଛି।
ଜେମସ ଆଣ୍ଡ ଜୁଏଲେରୀ;- ଦେଶର ମୋଟ ଜିଡିପିକୁ ଏହାର ଯୋଗଦାନ ୭%। ମର୍ଚାଣ୍ଡାଇଜ ରପ୍ତାନିରେ ଏହାର ଅଂଶ ୧୫%। ସୁନା ଆମଦାନୀ ଟିକସ କ୍ଷେତ୍ରରେ ରିହାତି, ଆର୍ଥତ୍କ ସେବାରେ ନୂଆ ଗୋଲ୍ଡ ମନିଟାଇଜେଶନ ଏବଂ ସେଭିଙ୍ଗସ ପ୍ରଡକ୍ଟ ଉପରେ ବିଚାର କରିବାକୁ କୁହାଯାଇଛି।
କୃଷି କ୍ଷେତ୍ର:- ୨୦୧୯-୨୦ରେ କୃଷି କ୍ଷେତ୍ରର ବିକାଶ ହାର ୨.୮% ରିହିବା ନେଇ ଅନୁମାନ କରାଯାଇଛି। ଏହା ୨୦୧୮-୧୯ରେ ୨.୯% ରହିଥିଲା। ଯୋଗାଣ କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟା ସମାଧାନ, ପୋକମରା ଉପରୁ ଜିଏସ୍‌ଟି ହ୍ରାସ ଭଳି ବିଭିନ୍ନ ଦାବି ଏହି ଶିଳ୍ପ ରଖିଛି।
ପୁଞ୍ଜି ବଜାର:- ଯଦି ସବୁକିଛି ଠିକ୍‌ ଚାଲେ ତେବେ ଦେଶର ପୁଞ୍ଜି ବଜାର ସୂଚକାଙ୍କ ୫୦ ହଜାର ପଏଣ୍ଟ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି କୁହାଯାଉଛି। ଏହି କ୍ଷେତ୍ରରେ ଲାଗୁ ହେଉଥିବା ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସର ଉଚ୍ଛେଦ ସହ ଆୟକର ହ୍ରାସ ଉପରେ ଶିଳ୍ପର ଧ୍ୟାନ ରହିଛି।
ରିୟଲ ଇଷ୍ଟେଟ:- ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ୨୫ ହଜାର କୋଟି ଟଙ୍କାର ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ ସମ୍ପର୍କରେ ଘୋଷଣା କରିଛନ୍ତି। ବନ୍ଦ ହୋଇ ପଡୁଥିବା ପ୍ରକଳ୍ପଗୁଡିକ ଲାଗି ଏହି ପାଣ୍ଠି କାମରେ ଆସିପାରିବ। ଆୟକର ଆଇନ ଧାରା ୪୩ସିଏ ସଂଶୋଧନ ନେଇ ଶିଳ୍ପ ପକ୍ଷରୁ ଦାବି ରଖାଯାଇଛି। ରେଣ୍ଟାଲ ହାଉସିଂର ଫୋକସ ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କ ଲାଗି ବାସଗୃହ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ଶିଳ୍ପ ପକ୍ଷରୁ ନିବେଦନ କରାଯାଇଛି।
ସ୍ବାସ୍ଥ୍ୟ ସେବା:- ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଏହା ମଧ୍ୟରେ ୬.୯ ନିୟୁତ ହସ୍ପିଟାଲ କେସ୍‌ ସାମ୍ନାକୁ ଆସିଛି। ଶିଶୁ ମୃତ୍ୟୁ ରୋକିବା , ସରକାରୀ ଚିକିତ୍ସା ବ୍ୟବସ୍ଥାର ସୁଧାର, ଭିତ୍ତିଭୂମିର ଉନ୍ନତି, ଫାର୍ମା କମ୍ପାନୀଗୁଡିକର ଗବେଷଣା ଏବଂ ଉନ୍ନତିକରଣ କ୍ଷେତ୍ରରେ ଟିକସ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?