ବିବାଦରେ ଆଇସିସି

ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ ବିଶ୍ୱକପ୍‌ର ରେଡିଓ ବିବରଣୀ ଅଧିକାର ପ୍ରଦାନ କରିଥିଲା। ଚେକ୍‌ ବାଉନ୍ସ ହେବା ଓ ଭାଷ୍ୟକାରଙ୍କୁ ଦେୟ ନ ମିଳିବାରୁ ରେଡିଓ ବିବରଣୀ ବର୍ତ୍ତମାନ ବନ୍ଦ ହୋଇସାରିଛି। ଭାଷ୍ୟକାରମାନେ ଏବେ ଦେୟ ଅପେକ୍ଷାରେ ରହିଛନ୍ତି। ଏହି ବିବାଦ ଲାଗି କିଏ ଦାୟୀ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହେଲେ ଆଇସିସିର କ୍ଷତି ହେବା ସ୍ପଷ୍ଟ ହୋଇଛି। ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କାର୍ଲ ହୁପର ଓ ରିକାର୍ଡୋ ପାଓ୍ବେଲଙ୍କୁ ବିବରଣୀ ପ୍ରଦାନକାରୀ କମ୍ପାନୀ ଦ୍ୱାରା ନିଯୁକ୍ତ କରାଯାଇଥିଲା। ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ଆଇନର ସହାୟତା ନେଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଦୀପଦାସ ଗୁପ୍ତା, ମହମ୍ମଦ କୈଫ, ଅତୁଲ ଓ୍ବାସାନ, ସୟଦ କିର୍‌ମାନି ଓ ଭାଷ୍ୟକାର ଚାରୁ ଶର୍ମା ଆଇନର ଦ୍ୱାରସ୍ଥ ହେବା ନେଇ ଚିନ୍ତା କରୁଛନ୍ତି। ସେମାନେ ମୋ ଫୋନ୍‌ ଓ ଇ-ମେଲ୍‌ର ଜବାବ ଦେଉନାହାନ୍ତି। ମୋ ଭଳି ପ୍ରାପ୍ୟ ପାଇ ନ ଥିବା ଆହୁରି ଅଛନ୍ତି। ସେମାନେ କହି ନ ପାରନ୍ତି। କାରଣ ପ୍ରାପ୍ୟ ଶୀଘ୍ର କିମ୍ବା ବିଳମ୍ବରେ ମିଳିବା ଅପେକ୍ଷାରେ ରହିଛନ୍ତି ବୋଲି ଭାଷ୍ୟକାର ଚାରୁ କହିଛନ୍ତି। ଉକ୍ତ ରେଡିଓ ଚ୍ୟାନେଲକୁ ଆଇସିସି ଇଭେଣ୍ଟର ବିବରଣୀ ପ୍ରଚାର କରିବାର ଅଧିକାର ୨୦୨୩ ପର୍ଯ୍ୟନ୍ତ ଦିଆଯାଇଛି। କିନ୍ତୁ ଅଧିକାର ଲାଗି ଦୁବାଇ ଫାର୍ମା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଚେକ୍‌ ବାଉନ୍ସ ହୋଇଯାଇଛି। ରେଡିଓ ବିବରଣୀ ଅଧିକାର ପାଇଁ କୌଣସି ଟେଣ୍ଡର ଦିଆଯାଇ ନ ଥିଲା। କୌଣସି ଅଭିଜ୍ଞତା ନ ଥିବା ଚ୍ୟାନେଲ ୨ ଏକ ଭାରତୀୟ କମ୍ପାନୀକୁ ଲିଜ୍‌ରେ ବିବରଣୀ ପ୍ରଦାନ କରିବା ପାଇଁ ଲିଜ୍‌ ଦେଇଛି। କେବଳ ଭାରତରେ ନୁହେଁ କାରିବିଅନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସମେତ ବିଶ୍ୱର ବହୁ ରେଡିଓ ଷ୍ଟେଶନକୁ ଲିଜ୍‌ରେ ବିବରଣୀ ପ୍ରଦାନ କରିବାର ଅଧିକାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

IND vs PAK: ପାକିସ୍ତାନକୁ ଧୂଳି ଚଟାଇବାକୁ ଶ୍ରୀଲଙ୍କା ପହଞ୍ଚିଲା ଟିମ୍‌ ଇଣ୍ଡିଆ, ହେଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୪।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ବିପକ୍ଷରେ T20 ବିଶ୍ୱକପ 2026 ର ତୃତୀୟ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି। ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri