ବିବାଦରେ ଆଇସିସି

ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ ବିଶ୍ୱକପ୍‌ର ରେଡିଓ ବିବରଣୀ ଅଧିକାର ପ୍ରଦାନ କରିଥିଲା। ଚେକ୍‌ ବାଉନ୍ସ ହେବା ଓ ଭାଷ୍ୟକାରଙ୍କୁ ଦେୟ ନ ମିଳିବାରୁ ରେଡିଓ ବିବରଣୀ ବର୍ତ୍ତମାନ ବନ୍ଦ ହୋଇସାରିଛି। ଭାଷ୍ୟକାରମାନେ ଏବେ ଦେୟ ଅପେକ୍ଷାରେ ରହିଛନ୍ତି। ଏହି ବିବାଦ ଲାଗି କିଏ ଦାୟୀ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହେଲେ ଆଇସିସିର କ୍ଷତି ହେବା ସ୍ପଷ୍ଟ ହୋଇଛି। ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କାର୍ଲ ହୁପର ଓ ରିକାର୍ଡୋ ପାଓ୍ବେଲଙ୍କୁ ବିବରଣୀ ପ୍ରଦାନକାରୀ କମ୍ପାନୀ ଦ୍ୱାରା ନିଯୁକ୍ତ କରାଯାଇଥିଲା। ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ଆଇନର ସହାୟତା ନେଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଦୀପଦାସ ଗୁପ୍ତା, ମହମ୍ମଦ କୈଫ, ଅତୁଲ ଓ୍ବାସାନ, ସୟଦ କିର୍‌ମାନି ଓ ଭାଷ୍ୟକାର ଚାରୁ ଶର୍ମା ଆଇନର ଦ୍ୱାରସ୍ଥ ହେବା ନେଇ ଚିନ୍ତା କରୁଛନ୍ତି। ସେମାନେ ମୋ ଫୋନ୍‌ ଓ ଇ-ମେଲ୍‌ର ଜବାବ ଦେଉନାହାନ୍ତି। ମୋ ଭଳି ପ୍ରାପ୍ୟ ପାଇ ନ ଥିବା ଆହୁରି ଅଛନ୍ତି। ସେମାନେ କହି ନ ପାରନ୍ତି। କାରଣ ପ୍ରାପ୍ୟ ଶୀଘ୍ର କିମ୍ବା ବିଳମ୍ବରେ ମିଳିବା ଅପେକ୍ଷାରେ ରହିଛନ୍ତି ବୋଲି ଭାଷ୍ୟକାର ଚାରୁ କହିଛନ୍ତି। ଉକ୍ତ ରେଡିଓ ଚ୍ୟାନେଲକୁ ଆଇସିସି ଇଭେଣ୍ଟର ବିବରଣୀ ପ୍ରଚାର କରିବାର ଅଧିକାର ୨୦୨୩ ପର୍ଯ୍ୟନ୍ତ ଦିଆଯାଇଛି। କିନ୍ତୁ ଅଧିକାର ଲାଗି ଦୁବାଇ ଫାର୍ମା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଚେକ୍‌ ବାଉନ୍ସ ହୋଇଯାଇଛି। ରେଡିଓ ବିବରଣୀ ଅଧିକାର ପାଇଁ କୌଣସି ଟେଣ୍ଡର ଦିଆଯାଇ ନ ଥିଲା। କୌଣସି ଅଭିଜ୍ଞତା ନ ଥିବା ଚ୍ୟାନେଲ ୨ ଏକ ଭାରତୀୟ କମ୍ପାନୀକୁ ଲିଜ୍‌ରେ ବିବରଣୀ ପ୍ରଦାନ କରିବା ପାଇଁ ଲିଜ୍‌ ଦେଇଛି। କେବଳ ଭାରତରେ ନୁହେଁ କାରିବିଅନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସମେତ ବିଶ୍ୱର ବହୁ ରେଡିଓ ଷ୍ଟେଶନକୁ ଲିଜ୍‌ରେ ବିବରଣୀ ପ୍ରଦାନ କରିବାର ଅଧିକାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri