ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୩୩.୭୪% ପଏଣ୍ଟ ସହ ବିହାର ଶୀର୍ଷରେ ରହିଛି। ତେବେ ଜାତୀୟ ସ୍ତରରେ ବିପିଏଲ୍‌ଙ୍କ ସଂଖ୍ୟା ୨୧.୯୨ ପ୍ରତିଶତ ଥିବା ବେଳେ ୩୨.୫୯ ପ୍ରତିଶତ ପଏଣ୍ଟ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ନୀତି ଆୟୋଗ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ବେସ୍‌ଲାଇନ ରିପୋର୍ଟ କହୁଛି। ଏହି ହାରକୁ ୧୦.୯୫%କୁ କମାଇବା ଲାଗି ରିପୋର୍ଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଓ୍ବାରି ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଥିଲା। ୨୦୧୧-୧୨ ସୁଦ୍ଧା ରାଜ୍ୟର ୧କୋଟି ୩୦ ଲକ୍ଷ ୮୫ ହଜାର ବ୍ୟକ୍ତି ବିପିଏଲ ଶ୍ରେଣୀରେ ଅର୍ଥାତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏଥିରେ ଦର୍ଶାଯାଇଥିଲା। ତେବେ ଓଡ଼ିଶାରେ ଦରିଦ୍ରଙ୍କ ସଂଖ୍ୟା ଦ୍ରୁତଗତିରେ କମୁଛି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ୨୦୦୪-୦୫ରେ ରାଜ୍ୟରେ ବିପିଏଲ୍‌ଙ୍କ ସଂଖା ୫୭.୨% ଥିବା ବେଳେ ୨୦୧୧-୧୨ବେଳକୁ ଏହା ୨୪.୬୧ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୪-୦୫ରୁ ରାଜ୍ୟରେ ୨୫.୧ ପଏଣ୍ଟ ହାରରେ ଦାରିଦ୍ର୍ୟ କମୁଛି। ହେଲେ, ଗ୍ରାମାଞ୍ଚଳରେ ଏହି ହାର ୩୫.୬୯ ପ୍ରତିଶତ ରହିଛି। ତେବେ ସମାନ ଅବଧିରେ ତୁଳନାମତ୍କ ଭାବେ ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ହାର ୧୬ ପ୍ରତିଶତ ପଏଣ୍ଟକୁ କମିଥିବା ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳରେ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେଠାକାର ବିକାଶ ମୁଖ୍ୟତଃ କୃଷିର ଅଭିବୃଦ୍ଧି ସହ ଜଡ଼ିତ। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୮୩ ପ୍ରତିଶତ ବ୍ୟକ୍ତି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଥିବା ବେଳେ ଅଧିବାସୀଙ୍କୁ ଘର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବା ଯୋଗୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ସଫଳତା ମିଳୁଛି। ସେହିପରି ସହରାଞ୍ଚଳରେ ଦାରିଦ୍ର୍ୟ ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାର ମହତ୍ତତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ରାଜ୍ୟରେ ଏହି ହାର ୨୦.୭୧ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧୨% ରହିଛି। ଜାତୀୟ ସ୍ତରଠାରୁ ରାଜ୍ୟର ସହରାଞ୍ଚଳ ଦାରିଦ୍ର୍ୟ ଫାଙ୍କ ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରୁଛି। ବସ୍ତି ଅଞ୍ଚଳରେ ଜନସଂଖ୍ୟା ୩.୨୭% ସହ ଜାତୀୟ ହାରଠାରୁ ଯଥେଷ୍ଟ ତଳେ ରହିଛି। ଜାତୀୟ ସ୍ତରରେ ଏହି ହାର ୫.୪୧% ରହିଛି। ଯଦିଓ ଜାତୀୟ ସ୍ତରଠାରୁ ରାଜ୍ୟର ଦାରିଦ୍ର୍ୟ ହ୍ରାସ ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ଦାରିଦ୍ର୍ୟ ସ୍ତର ଯଥେଷ୍ଟ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri