ବିପଦ୍‌ ଅବସ୍‌ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍‌ପଢ଼ା

 

ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ପାଖାପାଖି ୨ ବଛର ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ଗୁଟେ ଘରେ ପାଠ୍‌ପଢ଼ା ଚାଲିଛେ। ଇ ଘର ବାବ୍‌ଦେ ମାସିକ ୫ଶହ ଟଁକା ଭଡ଼ା ବି ଦିଆଯାଉଥିବାର ଜନାଯାଇଛେ।
ଗଁାବାସୀକର ସୂଚନା ହିସାବେ ୨୦୦୯ ସାଲେ ସେ ସମିଆର ପ୍ରଧାନଶିକ୍ଷକକଁର ଦେଖ୍‌ରେଖରେ ଇ ସ୍କୁଲ କୁଠା ତିଆର ହେଇଥିଲା। ହେଲେ ଘରଟା ତିଆର ହେଲାଦିନୁ ଛାତରୁ ପାଏନ୍‌ ଝରୁଥିଲା। ମଝିରେ ମଝିରେ ଛାତରୁ ସିମେଟ ପଲସ୍‌ତର ଅତଡ଼ା ପଡ଼ୁଥିଲା। ଏନ୍‌ତାଥି ଅଭିଭାବକମାନେ ଘଟନା ବାବ୍‌ଦେ ବିଇଓକୁଁ ଜନେଇଥିଲେ। ୨୦୧୮ ଜୁଲାଇରେ ଶିକ୍ଷା ଅଧ୍‌କାରୀ ସଞ୍ଜୀବ ନାଏକକଁର ନିରଦେଶରେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଲାଗି ସାପଚଞ୍ଚଡ଼ାର ଚକ୍ର ମାଝିକଁର ଇନ୍ଦିରା ଆବାସକେ ୫ଶହ ଟଁକାରେ ଭଡ଼ାରେ ନିଆଯାଇଥିଲା। ହେଲେ ନିଜର ରହିବାର ବସବାର ଅସ୍‌ବିଧା ହେଲାରୁ ଚକ୍ର ଘର ଭଡ଼ା ଦେବାକେ ମନା କରିଦେଲେ। ଗଁାବାସୀ ବଇଠକ୍‌ କରି ଗଁାର ବଇଁଶୀ ମାଝିକଁର ପ୍ରଧାନମନ୍ତ୍ରୀ ଆବାସ ଘରକେ ସ୍କୁଲ ଲାଗି ଭଡ଼ାରେ ନେଇଥିଲେ। ଦିନ୍‌ବେଲା ବଇଁଶୀକଁର ଘରେ ସ୍କୁଲ ଚାଲୁଥିଲାବେଲେ ରାତିରେ ସେ ରହୁଥିଲେ। ହେଲେ ଦିନାକେତେ ଉତାରୁ ସେ ବି ଭଡ଼ା ଦେବାକେ ମନା କରିଦେଲେ। ଏହେଦେ ଗଁାର ବୀରର୍ଶୀ ମାଝିକଁର ବିଜୁ ପକ୍କା ଘରକେ ୫ଶହ ଟଁକାରେ ଭଡ଼ା ନେଇ ସ୍କୁଲର ପାଠ୍‌ପଢ଼ା ଚାଲିଛେ। ସ୍କୁଲ ସମସିଆ ବାବ୍‌ଦେ ଗଁାବାସୀ ବିଭାଗୀୟ ଅଧ୍‌କାରୀକୁଁ ଯେତେ କହେଲେ ବି କିଛି ଲାଭ ନାଇଁ ହେବାର ବଲି ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିଇଓକୁଁ ପଚରାଲାରୁ ତିନ୍‌ଟା ସ୍କୁଲର ଅସ୍‌ବିଧା ବାବ୍‌ଦେ ସରକାରକୁଁ ରିପୋର୍ଟ ଦିଆଯାଇଛେ ବଲି ସେ କହିଥିଲେ।