ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ, ତୁରନ୍ତ ମରାମତି ଦାବି

କୋଟଗଡ,୧୦ା୯(ଡି.ଏନ.ଏ.)- କୋଟଗଡ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କନାଝୁରୁ ନାଳ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଲଗାଣ ବର୍ଷାରେ ପୋଲର ଦୁଇପାର୍ଶ୍ୱ ଧୋଇଯାଇଛି। ପୋଲ ଉପରେ ସୁବର୍ଣ୍ଣଗିରି, ବାଣ୍ଡିଗୁଡା, ରଡା, ବାନ୍ଦାଗୁଡା, ସାରତୁଲର ବହୁ ଗ୍ରାମବାସୀ ଯିବା ଆସିବା କରିଥାନ୍ତି। ମାଟି ଧୋଇ ଯାଇଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହେବାସହ ଅଞ୍ଚଳବାସୀ ଯାତାୟାତ ପାଇଁ ଭୟ କରୁଛନ୍ତି। ତୁରନ୍ତ ବିଭାଗୀୟ ପ୍ରଶାସନ ମରାମତି କରିବାକୁ ପୂର୍ବତନ ସରପଞ୍ଚ ପରାସର ପାଟ୍ଟମାଝୀ, ପୂର୍ବତନ ସମିତିସଭ୍ୟା ସୁରେଖା ପାଟ୍ଟମାଝୀ ମହାରାଜା ବଡସେଟ ପ୍ରମୁଖ ଦାବି କରିଛନ୍ତି।