Categories: ରାଜ୍ୟ

ବିନ୍ଦୁସାଗରରେ ବିଦେଶାଗତ ପକ୍ଷୀ

ପୁରୁଣା ଭୁବନେଶ୍ୱର, ୨୦ା୨(ଡି.ଏନ.ଏ.): ବିନ୍ଦୁସାଗରରେ ବୁଧବାର ୫୦୦ରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ପହଁରୁଥିବା ଦେଖିବାକୁ ମିଳିଥିଲା। କିଛିବର୍ଷ ହେଲାଣି ଚିଲିକା ଗମନ କରୁଥିବା ପକ୍ଷୀମାନଙ୍କ ମଧ୍ୟରୁ କେତେକ ଏଠାରେ ସାମୟିକ ରହଣି କରିଥାନ୍ତି। ତେବେ ଚଳିତବର୍ଷ ଶୀତ ଛାଡି ଯାଉଥିବାବେଳେ ବହୁ ବିଳମ୍ବରେ ହେଲେ ମଧ୍ୟ ଏହି ବିଦେଶାଗତ ପକ୍ଷୀଗୁଡିକୁ ବିନ୍ଦୁସାଗରରେ ଦେଖିବା ପାଇଁ ଗହଳି ହୋଇଛି। ପକ୍ଷୀଗୁଡିକୁ ଦେଖି ପକ୍ଷୀପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପକ୍ଷୀପ୍ରେମୀ ଅଶୋକ ଶତପଥୀ କୁହନ୍ତି, ପୂର୍ବରୁ ପୁଷ୍କରଣୀଟିରେ ପଦ୍ମନାଡ ଭର୍ତ୍ତି ହୋଇଥିବାବେଳେ ଏବେ ସମ୍ପୂର୍ଣ୍ଣ ସଫେଇ କରାଯାଇଛି। ହୁଏତ ଖାଦ୍ୟ ଅନ୍ବେଷଣରେ ଆସୁଥିବା ପକ୍ଷୀଗୁଡ଼ିକ ପାଇଁ ଚଳିତବର୍ଷ ପାଗ ଅନୁକୂଳ ହୋଇଥିଲେ ହେଁ ଏଠାରେ ବିଚରଣ ପାଇଁ ମଣି ନ ଥିଲେ। ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କୁ ପଚାରିବାରେ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ପୂର୍ବବର୍ଷ ଅପେକ୍ଷା ବିଳମ୍ବ ଓ ସଂଖ୍ୟା ହ୍ରାସ ହୋଇଛି ବୋଲି ସେ କହିଛନ୍ତି।