ବିନିକା ବ୍ଲକ: ୨୧ରୁ ୧୧ ହାଇସ୍କୁଲରେ ନାଇଁ ଖେଲ ପଡ଼ିଆ

ବିନିକା, ୬।୩ (ଡି.ଏନ୍‌.ଏ.)- ମାନିସିକ, ଶାରୀରିକ ବିକାଶ ସଂଗେ ଦିହିପାକେ ନିରୁଜ୍‌ ରଖବାକେ ହେଲେ ଖେଲକୁଦ ନିହାତି ଦରକାର। ସେଥିରଲାଗି ସରକାର ସ୍କୁଲ, କଲେଜର ଛାତ୍ରୀଛାତ୍ରକଁର ଶାରୀରିକ, ମାନସିକ ବିକାଶ ଲାଗି ପାଠ୍‌ପଢ଼ା ସଂଗେ ଖେଲକୁଦକେ ଯୁଡ଼ିଛନ୍‌। ସ୍କୁଲ, କଲେଜମାନକେ ଖେଲ ଶିକ୍ଷକ ନିଯୁକ୍ତ କରିଛନ୍‌। ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ସଂଗେ ଗୁଟେ ଖେଲ ପିରିୟଡ ବି ରହୁଛେ। ହେଲେ ଦୁଖର କଥା କେନ୍‌ଠାନେ ଖେଲ ଶିକ୍ଷକ ଅଛନ୍‌ ତ ଖେଲପଡ଼ିଆ ନାଇଁ। ସେନ୍‌ତା ଆରକେନ୍‌ନେ ଖେଲ ପଡ଼ିଆ ଅଭାବୁ ଶିକ୍ଷକ, ଛାତ୍ରୀଛାତ୍ର ବସିଛନ୍‌। ଇ ବାବ୍‌ଦେ ଶିକ୍ଷା ବିଭାଗ ବି ପରଶାସନ ଆର ରାଏଜ୍‌ ସରକାରକୁଁ ଭିନେ ଭିନେ ସମିଆରେ ଚିଠି ଲେଖି ନିଜର ମୁଡ଼ୁ ଦୋଷ ଖସ୍‌ରଉଛେ।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ମୋଟ ୨୧ଟା ସରକାରୀ ହାଇସ୍କୁଲ ରହିଛେ। ସେ ଭିତ୍‌ରୁ ୧୧ଟା ହାଇସ୍କୁଲରେ ଖେଲ ପଡ଼ିଆ ନଁାଇଁନ। ୧୦ଟା ହାଇସ୍କୁଲରେ ଖେଲ ପଡ଼ିଆ ଥାଇ ବି ନାଇଁଥିଲା ସଂଗେ ସମାନ ଆଏ। ଇ ହାଇସ୍କୁଲମାନକେ ଥିବାର ଖେଲ ପଡ଼ିଆର ଉନ୍‌ନତିକରନ ନାଇଁ ହେବାର। ଯେନ୍‌ଥିର ଲାଗି ଛାତ୍ରୀଛାତ୍ର ଖେଲକୁଦ ଲାଗି ପଡ଼ିଆ ବେଭାର କରି ନାଇଁ ପାରବାର। ହେଲେ ଇ ଦିଗେ ଜିଲା ପରଶାସନ କି ଶିକ୍ଷା ବିଭାଗର ଦରଦ୍‌ ନାଇଁଥିବାର ଅଭିଭାବକ ମହଲରୁ ଅଭିଯୋଗ ହେଉଛେ। ସେନ୍‌ତା ଖେଲ ପଡ଼ିଆ ନାଇଁଥିବାର ହାଇସ୍କୁଲମାନେ ବି ଖେଲ ଶିକ୍ଷକ ରହିଥିଲାବେଲେ ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ ଆର ଶ୍ରୀ ଗୋପାଳଜୀ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରପୁରରେ ଖେଲ ଶିକ୍ଷକ ନଁାଇଁନ। ସରକାର, ପରଶାସନ ଆର ଶିକ୍ଷା ବିଭାଗର ଇ ଅଜବ୍‌ ନୀତିକେ ନେଇ ବୁଧିଜୀବୀ, ଅଭିଭାବକ ମହଲରେ ଅସନ୍‌ତୋଷ ପରକାଶ ପାଉଛେ। ଇ ବାବ୍‌ଦେ ଜିଲା ଶିକ୍ଷା ଅଧ୍‌କାରୀ ପୁଷ୍ପା ମିଞ୍ଜକୁଁ ପଚ୍‌ରାଲାରୁ ଇ ସବୁ ସମସିଆ ବାବ୍‌ଦେ ଆମେ ସରକାରକୁଁ ଜନେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବ୍ଲକ କ୍ରୀଡ଼ା ଅଧ୍‌କାରୀ ସତ୍ୟନାରାୟଣ ତ୍ରୀପାଠୀକୁଁ ପଚ୍‌ରାଲାରୁ ସମସିଆର ସମାଧାନ ଲାଗି ବାରବାର ବିଭାଗୀୟ ଉଚ କତୁରପକ୍ଷକୁଁ ଅବଗତ କରାଯାଉଛେ। ମୁଇଁ ସେଲେଡି ହାଇସ୍କୁଲର ଖେଲ ଶିକ୍ଷକ ଆଏ। ଇ ହାଇସ୍କୁଲରୁ ଫିବଛର ୭ରୁ ୮ ଝନ୍‌ ଛାତ୍ରୀଛାତ୍ର ଭିନେ ଭିନେ ଖେଲକୁଦ ଲାଗି ରାଜ୍ୟସ୍ତରକେ ଯାଉଛନ୍‌। ସେଲେଡ଼ି ହାଇସ୍କୁଲର ନିଜର ଖେଲ ପଡ଼ିଆ ଅଛେ। ହେଲେ ତାର ଉନ୍‌ନତିକରନ ନାଇଁ ହେବାର ବଲି ସେ କହିଥିଲେ। ସେନ୍‌ତା ଶ୍ରୀ ଗୋପାଳଜୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ପଧାନକୁଁ ପଚ୍‌ରାଲାରୁ ଆମର ସ୍କୁଲରେ ଖେଲ ପଡ଼ିଆ ଅଛେ। ହେଲେ ସେଟା ନାଇଁଥିବାର ସଂଗେ ସମାନ ଆଏ। ସ୍କୁଲରେ ଖେଲ ଶିକ୍ଷକ ବି ନଁାଇଁନ। ଖେଲ ପିରିୟଡ଼ରେ ସହକାରୀ ଶିକ୍ଷକମାନେ ଛାତ୍ରୀଛାତ୍ରକଁର ଖେଲକୁଦ କଥା ବୁଝୁଛନ୍‌ ବଲି ସେ କହିଥିଲେ।