ବିନା ପାରିଶ୍ରମିକରେ ଦେଶୀ ଚିକିତ୍ସା କରନ୍ତି ଗୋପାଳ

ଭାପୁର,୫ା୯ (ଡି.ଏନ.ଏ.)-ସେବା ହିଁ ପରମ ଧର୍ମ। ଏହି ଉକ୍ତିକୁ ପାଥେୟକରି ବିନା ପାରିଶ୍ରମିକରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ସେ। ଡାକ୍ତରୀ ପାଠ ପଢ଼ି ନ ଥିଲେ ମଧ୍ୟ ଚେରମୂଳି ଔଷଧ ସାହାଯ୍ୟରେ ଦେଶୀ ଚିକିତ୍ସା କରି ଲୋକଙ୍କ ଅର୍ଶ, ମଳକଣ୍ଟକ, ଦାନ୍ତରୋଗ ଆଦି ଭଲ କରୁଛନ୍ତି। ମା’ ମଙ୍ଗଳାଙ୍କ ଆଶୀର୍ବାଦରୁ ସେ ଗ୍ରାମ ବୈଦ୍ୟର ପରିଚୟ ପାଇଥିବାବେଳେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ଗ୍ରାମପଞ୍ଚାୟତ ବୋରଗାଁର ଗୋପାଳ ବାରିକ (୫୭)। ଯୁବା ବୟସରୁ ନିଜର କୌଳିକ ବୃତ୍ତିକୁ ଆଦରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମା’ ମଙ୍ଗଳାଙ୍କ ସେ ଜଣେ ପରମ ଭକ୍ତ ଥିବାରୁ ପ୍ରତ୍ୟହ ମା’ଙ୍କ ପୂଜାନୀତି କରିଆସୁଛନ୍ତି। ମା’ଙ୍କ ଆଶୀର୍ବାଦ ପାଇ ସେ ନିଜର କୌଳିକ ବୃତ୍ତି ଛାଡ଼ି ଗ୍ରାମ୍ୟ ବୈଦ୍ୟ ପାଲଟି ଯାଇଛନ୍ତି। ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଦୁଃଖକଷ୍ଟେ ଚଳିଆସୁଥିବାବେଳେ ଏବେ ପିଲାମାନଙ୍କ ଉପରେ ସଂସାର ଦାୟିତ୍ୱ ଲଦି ନିଜେ ସେଥିରୁ ମୁକୁଳି ଯାଇଛନ୍ତି। ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଗ୍ରହଣ କରି ମା’ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ରୋଗୀ ସେବାକୁ ବ୍ରତ କରିଛନ୍ତି। ଜଙ୍ଗଲରୁ ସଂଗୃହୀତ ଚେରମୂଳିକୁ ଔଷଧ କରି ଅର୍ଶ, ମଳକଣ୍ଟକ ଆଦି ରୋଗ ଭଲ କରୁଛନ୍ତି। ବିଶେଷକରି ଦାନ୍ତବିନ୍ଧା ରୋଗୀଙ୍କ ପୋକରା ଦାନ୍ତର ଚିକିତ୍ସା କରୁଛନ୍ତି। ସପ୍ତାହର ସମସ୍ତ ଦିନରେ ଅର୍ଶ ଓ ମଳକଣ୍ଟକ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଶନିବାର କେବଳ ଦାନ୍ତ ସମସ୍ୟାରେ ପୀଡ଼ିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଆଶ୍ଚର୍ଯ୍ୟ କଥା, ଔଷଧୀୟ ପତ୍ରର ରସକୁ ରୋଗୀଙ୍କ କାନରେ ପକାଇ ଦାନ୍ତରୁ ପୋକସଦୃଶ କିଛି କାଢ଼ିଥାନ୍ତି। ତାଙ୍କ ଚିକିତ୍ସା ଦ୍ୱାରା ରୋଗୀ ଖୁବ୍‌ ଆଶ୍ୱସ୍ତ ହୋଇଥାଏ। ଏହି ବୃତ୍ତିରେ ସେ ଦୀର୍ଘ ୧୦ବର୍ଷ ହେଲା ବିନା ପାରିଶ୍ରମିକରେ ୧୭ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିଆସିଲେଣି। ସମସ୍ତେ ଆରୋଗ୍ୟ ଲାଭ କରିଥିବା କୁହନ୍ତି। ସମସ୍ତଙ୍କ ମୁହଁରେ ଗୋପାଳଙ୍କ ପ୍ରଶଂସା। ଅର୍ଥସର୍ବସ୍ବ ଯୁଗରେ ବିନା ଅର୍ଥ, ବିନା ସ୍ବାର୍ଥରେ ରୋଗୀସେବା କରି ସେ ଅପାର ଆନନ୍ଦ ପାଇପାରୁଥିବା କୁହନ୍ତି । ରୋଗୀମାନେ ତାଙ୍କର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କ ପାଇଁ କିଛି ଭୋଗ ଓ ଧୂପଦୀପ ଦେଇ ଚିକିତ୍ସିତ ହୋଇ ଘରକୁ ଫେରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri