ବିନା ପଞ୍ଜୀକରଣରେ ସ୍କୁଟି ବିକ୍ରି:ଡିଲରଙ୍କ ଉପରେ ୧ ଲକ୍ଷ ଜରିମାନା

କଟକ ଅଫିସ,୧୭-୯:କଟକ ଜିଲା ବାରଙ୍ଗ ଥାନା ସମ୍ମୁଖରେ ଗତ ୧୨ରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ ଚାଲିଥିବାବେଳେ ଜବତ ହୋଇଥିବା ସ୍କୁଟିକୁ ନେଇ କଟକ ଆର୍‌ଟିଓ ଭୁବନେଶ୍ୱରର ଏକ ଗାଡ଼ି ଡିଲରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଉକ୍ତ ଡିଲର ବିନା ପଞ୍ଜୀକରଣରେ ଖୋର୍ଦ୍ଧା ଜିଲା ଶିଖରଚଣ୍ଡୀ ଅଞ୍ଚଳର ଅରୁଣ କୁମାର ପଣ୍ଡାଙ୍କୁ ଅଗଷ୍ଟ ଶେଷ ସପ୍ତାହରେ ଗାଡ଼ିଟି ବିକ୍ରି କରିଥିଲେ। ଗତ ୧୨ରେ ବାରଙ୍ଗ ଥାନା ସମ୍ମୁଖରେ ଗାଡି ଯାଞ୍ଚ କରାଯାଉଥିଲା। ଅରୁଣଙ୍କ ଜଣେ ସମ୍ପର୍କୀୟ ମହିଳା ଉକ୍ତ ସ୍କୁଟି ନେଇ ଆସୁଥିବାବେଳେ ଯାଞ୍ଚ ସମୟରେ ଧରାପଡିଥିଲେ। ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରାଯିବାରୁ ଗାଡିଟି ପଞ୍ଜୀକରଣ ହୋଇ ନ ଥିବା ଜଣାପଡିଥିଲା। ବିନା ପଞ୍ଜୀକରଣରେ ଗାଡ଼ି ବିକ୍ରି ଅବୈଧ। ଡିଲର ପକ୍ଷରୁ ବେନିୟମ ଭାବେ ଗାଡ଼ି ବିକ୍ରି କରାଯାଇଛି ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ସାଧାରଣରେ ଏହି ଜରିମାନା ଗାଡ଼ି ଚାଳକଙ୍କ ଉପରେ କରାଯାଇଛି ବୋଲି ଗୁଜବ ସୃଷ୍ଟି ହେଉଛି। ଜରିମାନା ଗାଡ଼ି ବିକ୍ରି କରିଥିବା ସମ୍ପୃକ୍ତ ଡିଲର ଦେବେ ବୋଲି ଆର୍‌ଟିଓ ପାତ୍ର କହିଛନ୍ତି। ଏ ଦିଗରେ ଗାଡ଼ି କ୍ରେତାମାନେ ସତର୍କ ହେବାକୁ ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ଇନ୍‌ଫୋସିଟି ଥାନାରେ ଆର୍‌ଟିଓଙ୍କ ନଁାରେ ଅଭିଯୋଗ କରିଛନ୍ତି। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୋ ଗାଡିକୁ ଜବତ କରାଯାଇଛି। ତୁରନ୍ତ ଗାଡିକୁ ଫେରାଇ ଦିଆଯାଉ ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ଥାନାଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଉକ୍ତ ଅଭିଯୋଗର କୌଣସି ସତ୍ୟତା ନାହିଁ। ଏ ସମ୍ପର୍କରେ ଆମେ ଆର୍‌ଟିଓଙ୍କ ସହିତ କଥା ହୋଇଥିଲୁ। ସେ କହିଥିଲେ ନିୟମ ଅନୁଯାୟୀ ସମ୍ପୃକ୍ତ ଡିଲରଙ୍କ ଉପରେ ଜରିମାନା କରାଯାଇଛି। ସେ ଟଙ୍କା ପଇଠ କରିବା ପରେ ଗାଡି ନେଇ ସମ୍ପୃକ୍ତ ମହିଳାଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri