ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ ପାଇଁ ତାଙ୍କ ଫଟୋ ବ୍ୟବହାର କରିଥିଲା। ଖାଲି ବ୍ୟବହାର କରି ନ ଥିଲା ବରଂ ତାଙ୍କ ସହିତ ଭୁଲ ଟ୍ୟାଗ୍‌ଲାଇନ ମଧ୍ୟ ଲେଖିଥିଲା। ଏହା ପରେ ମାନ୍‌ଭି ଗାଗାରୁ କମ୍ପାନୀ ଉପରେ କ୍ରୋଧ ପ୍ରକାଶ କରିଥିଲେ।
ମାନ୍‌ଭି ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଫ୍ୟାଶନ ବିଜ୍ଞାପନର ସ୍କ୍ରିନସଟ୍‌ ଶେୟାର କରିଥିଲେ। ସେ କମ୍ପାନୀ ବିରୋଧରେ ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ‘ମୋର ମୋଟାପଣ ଲୁଚାଇବା ପାଇଁ ମୁଁ ଏହି ପୋଷାକ ପିନ୍ଧି ନାହିଁ। ଏହି ବ୍ରାଣ୍ଡ୍‌କୁ ମୋର ଫଟୋ ବ୍ୟବହାର କରିବାକୁ କିମ୍ବା କାହାକୁ ଫ୍ୟାଟ୍‌ କରିବା ପାଇଁ ଅନୁମତି ନାହିଁ । ମୁଁ ସେମାନଙ୍କର ଖରାପ ଟ୍ୟାଗ୍‌ଲାଇନ ବିରୋଧରେ।’


ମାନ୍‌ଭିଙ୍କ ଏହି ଟୁଇଟ୍‌ ପରେ କମ୍ପାନୀ ତାଙ୍କୁ କ୍ଷମା ମାଗିଛି। କମ୍ପାନୀ ସୋସିଆଲ ମିଡିଆ ଜରିଆରେ କ୍ଷମା ମାଗି ଲେଖିଛି, ‘ଆମେ ଖୁବ୍‌ ଲଜ୍ଜିତ। କମ୍ପାନୀ ଆହୁରି ଲେଖିଛି, ଆମର ଲକ୍ଷ୍ୟ ସବୁବେଳେ ଆମର ଗ୍ରାହକଙ୍କ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା। ଆମ କମ୍ପାନୀର ଏହା ଏକ ବଡ଼ ଭୁଲ ଥିଲା, ତେଣୁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ। ସେହି ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି। ମାନଭି ସୋସିଆଲ ମିଡିଆ ମାଧ୍ୟମରେ କମ୍ପାନୀର କ୍ଷମା ପ୍ରାର୍ଥନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri