ବିଧାୟକଙ୍କ ରିପୋର୍ଟ ନେଗେଟିଭ୍‌ ନା ପଜିଟିଭ୍‌?

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଶନିବାର ହେଉଛି ଦ୍ବିତୀୟ ଦିନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶୀତ ଅଧିବେଶନ ପାଇଁ ବିଧାୟକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ନେଗେଟିଭ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି। ତେବେ କୋଭିଡ୍‌ ଟେଷ୍ଟ ରିପୋର୍ଟକୁ ନେଇ ଜଣେ ବିଧାୟକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସମ୍ପୃକ୍ତ ବିଧାୟକ ଜଣକ ହେଲେ ଭାଜପା ବିଧାୟକ ନାଉରୀ ନାଏକ।

ଗତ ୧୯ ତାରିଖରେ ବିଧାନସଭା ପରିସରରେ କୋଭିଡ୍‌ ଟେଷ୍ଟ କରାଇଥିଲେ। ତେବେ ବିଧାୟକଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସେହି ୧୯ ତାରିଖ ରାତିରେ ତାଙ୍କୁ ଫୋନ୍‌ ଯୋଗେ ଜଣାଇ ଦିଆଯାଇଥିଲା। ତେବେ ଶୁକ୍ରବାର ବିଧାୟକ ଆଇସିଏମଆର ଅନୁମୋଦିତ ଏକ ଘରୋଇ ସଂସ୍ଥାରେ ପୁଣି ନିଜର କୋଭିଡ୍‌ ଟେଷ୍ଟ କରାଇଥିଲେ। ଉକ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ତେବେ ପ୍ରଥମେ ପଜିଟିଭ୍‌ ଓ ପରେ ନେଗେଟିଭ୍‌ ରିପୋର୍ଟ ନେଇ ବିଧାୟକ ସନ୍ଦେହ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।