ବିଧାୟକଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ

ଅନୁଗୋଳ ଅଫିସ,୯ା୫ – ଲକ୍‌ଡାଉନ ଯୋଗୁ ଅସୁବିଧାରେ ଥିବା ଅନୁଗୋଳ ସହରର ଗରିବ ଓ ଅସହାୟମାନଙ୍କୁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ଗତ ୫ ତାରିଖ ଠାରୁ ପୌରପାଳିକା ଜରିଆରେ ଦୈନିକ ୧୫୦ ଜଣଙ୍କୁ ସକାଳେ ଓ ରାତିରେ ଖାଦ୍ୟ ବିତରଣ କରାଯାଉଛି। ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଜିଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବାକୁ ବିଧାୟକ ଆହ୍ବାନ ଦେଇଛନ୍ତି। ତେବେ ବିଧାୟକଙ୍କ ଏପରି ବିଳମ୍ବିତ ପଦକ୍ଷେପକୁ ଅନେକେ ସମାଲୋଚନା କରିଥିବା ବେଳେ ବହୁ ଲୋକ ସ୍ବାଗତ ମଧ୍ୟ କରିଛନ୍ତି।