ବିଧାନ ସଭାରେ ସଦସ୍ୟଙ୍କୁ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର,(ବ୍ୟୁରୋ)୨୫।୬: ଷୋଡ଼ଶ ବିଧାନ ସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ବିଧାନସଭା ସଚିବାଳୟ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କୁ ସିଟ୍‌ ଆବଣ୍ଟନ କରାଯାଇଛି। ଏ ନେଇ ଓଡ଼ିଶା ବିଧାନ ସଭା ସଚିବାଳୟ ପକ୍ଷରୁ ସୋମବାର ବଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ୧୬ ଜଣ ସଦସ୍ୟଙ୍କୁ ବ୍ଲକ୍‌-ଏ ଦିଆଯାଇଥିବା ବେଳେ ୧୨ ଜଣଙ୍କୁ ବ୍ଲକ୍‌-ବି, ୨୨ ଜଣଙ୍କୁ ବ୍ଲକ୍‌-ସି, ୧୬ ଜଣଙ୍କୁ ବ୍ଲକ୍‌-ଡି ଓ ୪ ଜଣଙ୍କୁ ବ୍ଲକ୍‌-ଇ ଆସନ ଦିଆଯାଇଛି। ବ୍ଲକ୍‌-ଏର ଏକ ନମ୍ବର ଆସନରେ ଉପବାଚସ୍ପତି, ଦୁଇ ନମ୍ବର ଆସନରେ କିଶୋର ମହାନ୍ତି, ୩ ନଂ.ରେ ଭୂପିନ୍ଦର ସିଂ, ୪ ନଂ. ସରକାରୀ ମୁଖ୍ୟ ସଚେତକଙ୍କୁ ଆବଣ୍ଟନ କରାଯାଇଥିବା ବେଳେ ବ୍ଲକ୍‌-ବିରେ ୧ନଂ.ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୨ରୁ ୮ ନଂ. ପର୍ଯ୍ୟନ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପଦ୍ମନାଭ ବେହେରା, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, ତୁଷାରକାନ୍ତି ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସିଟ୍‌ ଆବଣ୍ଟନ କରାଯାଇଛି। ବ୍ଲକ୍‌-ସି ୧ନଂ ସିଟ୍‌ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବ୍ଲକ୍‌-ଡି ୧ନଂରେ ପ୍ରତାପ ଜେନା ଏବଂ ବ୍ଲକ୍‌-ଇ ୧ନଂରେ ଟୁକୁନୀ ସାହୁଙ୍କୁ ସିଟ୍‌ ମିଳିଛି।