ବିଧାନସଭା ସ୍ଥାୟୀ କମିଟି ଅଧ୍ୟକ୍ଷ, ସଦସ୍ୟଙ୍କ ନାଁ ଘୋଷିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ବିଧାନସଭାର ୧୦ ସ୍ଥାୟୀ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନାମ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର ଗୃହରେ ଘୋଷଣା କରିଛନ୍ତି। ଏହି ଅଧ୍ୟକ୍ଷମାନେ ହେଉଛନ୍ତି- କିଶୋର ମହାନ୍ତି, ନୃସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ, ଅଶ୍ୱିନୀ ପାତ୍ର, ନରସିଂହ ମିଶ୍ର, ପ୍ରଦୀପ ଅମାତ, ମୋହନ ମାଝି, ଦେବୀ ପ୍ରସାଦ ମିଶ୍ର ଏବଂ ସୁବ୍ରତ ତରାଇ। ପ୍ରତି କମିଟିରେ ଅଧ୍ୟକ୍ଷଙ୍କ ସମେତ ୧୨ ଜଣ ସଦସ୍ୟ ରହିଛନ୍ତି। ବିଧାନସଭା ସ୍ଥାୟୀ କମିଟି ନଂ-୧ ସ୍ବରାଷ୍ଟ୍ର, (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ଏବଂ ଆଇନ ବିଭାଗ ପାଇଁ କାର୍ଯ୍ୟ କରିବ। ସେହିଭଳି କମିଟି ନଂ-୨ ଜଳସମ୍ପଦ, କୃଷି(କୃଷକ ସଶକ୍ତୀକରଣ) ମତ୍ସ୍ୟ ଏବଂ ପଶୁସମ୍ପଦ ଉନ୍ନୟନ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୩ ପୂର୍ତ୍ତ, ପର୍ଯ୍ୟଟନ(ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି), ଗୃହ ଏବଂ ନଗର ଉନ୍ନୟନ, ସୂଚନା ଓ ଲୋକସମ୍ପକ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୪ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରି(ଇଲେକଟ୍ରୋନିକ୍ସ , ସୂଚନା ଓ ପ୍ରଯୁକ୍ତିବିଦ୍ୟା) ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୫ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି) (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ) ବିଭାଗ ପାଇଁ କାର୍ଯ୍ୟ କରିବ।
କମିଟି ନଂ-୬ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୭ ଶିଳ୍ପ, ଇସ୍ପାତ ଓ ଖଣି, ବାଣିଜ୍ୟ, ପରିବହନ, ଜଙ୍ଗଲ ଓ ପରିବେଶ ଏବଂ (ଯୋଜନା ଓ ସଂଯୋଜନା) ଏବଂ (ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା)ଙ୍କ ପାଇଁ କାର୍ଯ୍ୟ କରିବ। ଅନୁରୂପଭାବେ କମିଟି ନଂ-୮ ଏସ୍‌ଟି, ଏସ୍‌ସି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ, ଶ୍ରମ ଏବଂ ସରକାରୀ କର୍ମଚାରୀଙ୍କ ରାଜ୍ୟ ବୀମା, ସାଧାରଣ ଉଦ୍ୟୋଗ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ପାଇଁ କାର୍ଯ୍ୟ କରିବ। ୯ ନଂ କମିଟି (ପଞ୍ଚାୟତିରାଜ ଓ ପାନୀୟଜଳ) ଏବଂ ଗ୍ରାମ ଉନ୍ନୟନ ପାଇଁ କାର୍ଯ୍ୟ କରିବ। ସେହିଭଳି କମିଟି ନଂ-୧୦ ଶକ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା(ଏବଂ ଅବକାରୀ) ବିଭାଗ ପାଇଁ କାର୍ଯ୍ୟ କରିବ। ବାଚସ୍ପତି ପାତ୍ର ପ୍ରତ୍ୟେକ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

୧୪୩ କୋଟିର ସମ୍ପତ୍ତି ସହ କୋଟି କୋଟିର ଋଣ! ଜାଣନ୍ତୁ ଉଦ୍ଧବ ଠାକରେଙ୍କ ନେଟଓ଼୍ବର୍ଥ…

ମୁମ୍ୱାଇ,୧୮।୬: ଉଦ୍ଧବ ଠାକରେ ନିଜ ଦଳରେ ବିଭାଜନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ସେ କେତେ କୋଟି ସମ୍ପତ୍ତିର ମାଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri