ବିଧାନସଭା ଷ୍ଟାଣ୍ଡିଂ କମିଟି କର୍ମକର୍ତ୍ତାଙ୍କ ଜଗତ୍‌ସିଂହପୁର ଗସ୍ତ: ଯୋଗାଣ ବିଭାଗ ଉପରେ ସମୀକ୍ଷା

ଜଗତ୍‌ସିଂହପୁର ଅଫିସ,୧୨ା୨: ବିଧାନସଭା ଷ୍ଟାଣ୍ଡିଂ କମିଟି-୬, ସବ୍‌କମିଟି-୪ର ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତ କରିଥିଲେ। ପ୍ରଥମେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସବ୍‌ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି କହିଥିଲେ ସେମାନେ ବିଭିନ୍ନ ଜିଲା ଗସ୍ତ କରି ମଣ୍ଡିରୁ ଧାନ କ୍ରୟ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଖଦୀ, ବୟନ ଓ ହସ୍ତଶିଳ୍ପ ଆଦି ଉପରେ ସମୀକ୍ଷା କରୁଛନ୍ତି। ବିଭିନ୍ନ ଜିଲାରେ ମିଲର୍‌ ଧାନ କ୍ରୟ ବେଳେ ଚାଷୀଙ୍କୁ ନିରାଶ କରୁଛନ୍ତି କି ନାହିଁ ତା ଉପରେ ସବ୍‌କମିଟି ଅନୁଧ୍ୟାନ କରୁଛି। ଏପରି କି ଚାଷୀଙ୍କୁ ଟୋକନ ଦିଆଯିବାରେ କିଛି ସମସ୍ୟା ହେଉଥିଲେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ତାହା ନ ହେଲେ ଚାଷୀ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେହିପରି ଧାନର ଏଫ୍‌ଏକ୍ୟୁ ମାନ ମାପିବା ପାଇଁ ଆବଶ୍ୟକ ମେଶିନ୍‌ର ଅଭାବ, କୁଇଣ୍ଟାଲ ପିଛା ହାତପୁର କିଛି ଧାନ କାଟି ନିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ସବ୍‌ କମିଟି ଦୃଷ୍ଟିକୁ ଆସିଥିବା ଢାଲି କହିଥିଲେ। ଏସବୁ ସମସ୍ୟା ଜଗତ୍‌ସିଂହପୁର ଜିଲାରେ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। କମିଟି ସଦସ୍ୟ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲାରେ ଧାନକ୍ରୟଠାରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ, ରାଶନକାର୍ଡ, ଅନ୍ନପୂଣ୍ଣର୍ର୍ା ଓ ଅନ୍ତଦ୍ୱୟ ଯୋଜନା, ପ୍ରାଥମିକ କୃଷି ସମବାୟ ସମିତି ସମ୍ପର୍କରେ ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଜିଲାରେ ୧୧୩ଟି କୃଷି ସମବାୟ ସମିତିର କାର୍ଯ୍ୟ ଓ ଧାନ ସଂଗ୍ରହ ଉପରେ ବୁଝାଇଥିଲେ। ପାରାଦୀପ ପୋର୍ଟ ଓ ଓରମାସ୍‌ ପକ୍ଷରୁ ଜୟପୁରଠାରେ ଥିବା ବୟନ ଗ୍ରାମକୁ ୪୯ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଥିବା ଅବଗତ କରାଇଥିଲେ। ଏହାବ୍ୟତୀତ ବୁଣାକାରଙ୍କୁ ଏକ୍ସପୋଜର ଭିଜିଟ୍‌, ସେଲ୍‌କାଉଣ୍ଟର ମାଧ୍ୟମରେ ଉତ୍ପାଦକ ଗୋଷ୍ଠୀଙ୍କ ଉତ୍ପାଦ ବିକ୍ରୟ ସମ୍ପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ଉତ୍ପାଦକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବାବେଳେ ଆଗକୁ ଏହି ପରିମାଣ ୨୦ ହଜାରକୁ ବୃଦ୍ଧି ପାଇବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଥିବା ଜିଲାପାଳ ସୂଚନା ଦେଇଥିଲେ। ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ବେକାର ଯୁବତୀ,ଯୁବକଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଅବହେଳା କରୁଥିବା ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ସବ୍‌ କମିଟି ଦୃଷ୍ଟିକୁ ଆଣିଥିଲେ। ଚଳିତବର୍ଷ ଜିଲାରେ ସମବାୟ ଋଣ ୨୩୫ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ଏବେସୁଦ୍ଧା ୯୦% ଅର୍ଥାତ୍‌ ୨୧୧ କୋଟି ପ୍ରଦାନ କରାଯାଇ ସାରିଲାଣି। କ୍ଲଷ୍ଟର ସୁପରଭାଇଜର ଓ ପ୍ରତି ବ୍ଲକରେ କୋ-ଅପରେଟିଭ ଇନିସ୍ପେକ୍ଟର ନିଯୁକ୍ତି ଉପରେ କମିଟି ଅବଗତ ହୋଇଥିଲେ। କମିଟି ମାର୍କଣ୍ଡପୁରଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ଓ ପ୍ରାଥମିକ କୃଷି ସମବାୟ ସମିତି ଓ ଜୟପୁରଠାରେ ଥିବା ବୟନ ଗ୍ରାମ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସବ୍‌କମିଟି ପାରାଦୀପ ଗସ୍ତ କରିଥିଲେ। ସବ୍‌କମିଟି ସହିତ ବିଧାନସଭା ଡେପୁଟି ସେକ୍ରେଟାରି ପ୍ରଭାତ କୁମାର ସ୍ବାଇଁ, ସେକ୍ସନ ଅଫିସର ଅରୁଣ କୁମାର ସ୍ବାଇଁ ଉପସ୍ଥିତି ଥିଲେ। ବୈଠକରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଓରମାସ୍‌ ଡେପୁଟି ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳ, ଜିଲା ଯୋଗାଣ ଅଧିକାରୀ, ଟେକ୍ସଟାଇଲ୍‌ ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri