ବିଧାନସଭା ଷ୍ଟାଣ୍ଡିଂ କମିଟି କର୍ମକର୍ତ୍ତାଙ୍କ ଜଗତ୍‌ସିଂହପୁର ଗସ୍ତ: ଯୋଗାଣ ବିଭାଗ ଉପରେ ସମୀକ୍ଷା

ଜଗତ୍‌ସିଂହପୁର ଅଫିସ,୧୨ା୨: ବିଧାନସଭା ଷ୍ଟାଣ୍ଡିଂ କମିଟି-୬, ସବ୍‌କମିଟି-୪ର ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତ କରିଥିଲେ। ପ୍ରଥମେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସବ୍‌ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି କହିଥିଲେ ସେମାନେ ବିଭିନ୍ନ ଜିଲା ଗସ୍ତ କରି ମଣ୍ଡିରୁ ଧାନ କ୍ରୟ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଖଦୀ, ବୟନ ଓ ହସ୍ତଶିଳ୍ପ ଆଦି ଉପରେ ସମୀକ୍ଷା କରୁଛନ୍ତି। ବିଭିନ୍ନ ଜିଲାରେ ମିଲର୍‌ ଧାନ କ୍ରୟ ବେଳେ ଚାଷୀଙ୍କୁ ନିରାଶ କରୁଛନ୍ତି କି ନାହିଁ ତା ଉପରେ ସବ୍‌କମିଟି ଅନୁଧ୍ୟାନ କରୁଛି। ଏପରି କି ଚାଷୀଙ୍କୁ ଟୋକନ ଦିଆଯିବାରେ କିଛି ସମସ୍ୟା ହେଉଥିଲେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ତାହା ନ ହେଲେ ଚାଷୀ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେହିପରି ଧାନର ଏଫ୍‌ଏକ୍ୟୁ ମାନ ମାପିବା ପାଇଁ ଆବଶ୍ୟକ ମେଶିନ୍‌ର ଅଭାବ, କୁଇଣ୍ଟାଲ ପିଛା ହାତପୁର କିଛି ଧାନ କାଟି ନିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ସବ୍‌ କମିଟି ଦୃଷ୍ଟିକୁ ଆସିଥିବା ଢାଲି କହିଥିଲେ। ଏସବୁ ସମସ୍ୟା ଜଗତ୍‌ସିଂହପୁର ଜିଲାରେ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। କମିଟି ସଦସ୍ୟ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲାରେ ଧାନକ୍ରୟଠାରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ, ରାଶନକାର୍ଡ, ଅନ୍ନପୂଣ୍ଣର୍ର୍ା ଓ ଅନ୍ତଦ୍ୱୟ ଯୋଜନା, ପ୍ରାଥମିକ କୃଷି ସମବାୟ ସମିତି ସମ୍ପର୍କରେ ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଜିଲାରେ ୧୧୩ଟି କୃଷି ସମବାୟ ସମିତିର କାର୍ଯ୍ୟ ଓ ଧାନ ସଂଗ୍ରହ ଉପରେ ବୁଝାଇଥିଲେ। ପାରାଦୀପ ପୋର୍ଟ ଓ ଓରମାସ୍‌ ପକ୍ଷରୁ ଜୟପୁରଠାରେ ଥିବା ବୟନ ଗ୍ରାମକୁ ୪୯ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଥିବା ଅବଗତ କରାଇଥିଲେ। ଏହାବ୍ୟତୀତ ବୁଣାକାରଙ୍କୁ ଏକ୍ସପୋଜର ଭିଜିଟ୍‌, ସେଲ୍‌କାଉଣ୍ଟର ମାଧ୍ୟମରେ ଉତ୍ପାଦକ ଗୋଷ୍ଠୀଙ୍କ ଉତ୍ପାଦ ବିକ୍ରୟ ସମ୍ପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ଉତ୍ପାଦକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବାବେଳେ ଆଗକୁ ଏହି ପରିମାଣ ୨୦ ହଜାରକୁ ବୃଦ୍ଧି ପାଇବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଥିବା ଜିଲାପାଳ ସୂଚନା ଦେଇଥିଲେ। ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ବେକାର ଯୁବତୀ,ଯୁବକଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଅବହେଳା କରୁଥିବା ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ସବ୍‌ କମିଟି ଦୃଷ୍ଟିକୁ ଆଣିଥିଲେ। ଚଳିତବର୍ଷ ଜିଲାରେ ସମବାୟ ଋଣ ୨୩୫ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ଏବେସୁଦ୍ଧା ୯୦% ଅର୍ଥାତ୍‌ ୨୧୧ କୋଟି ପ୍ରଦାନ କରାଯାଇ ସାରିଲାଣି। କ୍ଲଷ୍ଟର ସୁପରଭାଇଜର ଓ ପ୍ରତି ବ୍ଲକରେ କୋ-ଅପରେଟିଭ ଇନିସ୍ପେକ୍ଟର ନିଯୁକ୍ତି ଉପରେ କମିଟି ଅବଗତ ହୋଇଥିଲେ। କମିଟି ମାର୍କଣ୍ଡପୁରଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ଓ ପ୍ରାଥମିକ କୃଷି ସମବାୟ ସମିତି ଓ ଜୟପୁରଠାରେ ଥିବା ବୟନ ଗ୍ରାମ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସବ୍‌କମିଟି ପାରାଦୀପ ଗସ୍ତ କରିଥିଲେ। ସବ୍‌କମିଟି ସହିତ ବିଧାନସଭା ଡେପୁଟି ସେକ୍ରେଟାରି ପ୍ରଭାତ କୁମାର ସ୍ବାଇଁ, ସେକ୍ସନ ଅଫିସର ଅରୁଣ କୁମାର ସ୍ବାଇଁ ଉପସ୍ଥିତି ଥିଲେ। ବୈଠକରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଓରମାସ୍‌ ଡେପୁଟି ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳ, ଜିଲା ଯୋଗାଣ ଅଧିକାରୀ, ଟେକ୍ସଟାଇଲ୍‌ ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?