Categories: ଜାତୀୟ

ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାରାଷ୍ଟ୍ର, ହରିୟାଣାରେ ମତଦାନ ଆରମ୍ଭ

ମୁମ୍ବାଇ/ଚଣ୍ଡିଗଡ଼,୨୧ା୧୦: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ କରାଯାଉଛି। ମହାରାଷ୍ଟ୍ରରେ ୨୩୫ ମହିଳାଙ୍କ ସମେତ ୩୨୩୭ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥି ପାଇଁ ୯୬,୬୬୧ ଭୋଟଗ୍ରହଣ କେନ୍ଦ୍ରରେ ୬.୫ ଲକ୍ଷ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ହରିୟାଣାରେ ୧୦୫ ମହିଳାଙ୍କ ସମେତ ୧୧୬୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୧.୮୩ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୮୫ ଲକ୍ଷରୁ ଅଧିକ ମହିଳା ଭୋଟର ଓ ୨୫୨ ଜଣ କିନ୍ନର ରହିଛନ୍ତି। ମତଦାନ ଲାଗି ୧୯,୫୭୮ ବୁଥ୍‌ରେ ଭୋଟ ଗ୍ରହଣ ଜାରି ରହିଛି।

Share