ବିଧାନସଭାରେ ବ୍ଲକ ପୁନର୍ଗଠନ ଦାବିକଲେ ବିରୋଧୀ ଓ ଶାସକ; ବ୍ଳକ ଗଠନ ପାଇଁ ଏବେ କୌଣସି ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ବ୍ଲକ ପୁନର୍ଗଠନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ୧୯୫୮ ମସିହାରୁ ବ୍ଲକ ପୁନର୍ଗଠନ କାର୍ଯ୍ୟ କରାଯାଇ ୩୧୪ଟି ଗଠିତ ହୋଇଛି। ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ ୧୯୫୯ର ଧାରା ୧୫(୧) ଅନୁଯାୟୀ, ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ଜିଲାଗୁଡ଼ିକରେ ବ୍ଲକ ଗଠନ କରିବାର ବ୍ୟବସ୍ଥା ରହିଛି। ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ରାଜ୍ୟରେ ବ୍ଲକ ପୁନର୍ଗଠନ କେବେ ହୋଇଥିଲା। ଦେଶର କେତେକ ରାଜ୍ୟରେ ବ୍ଲକ ପୁନର୍ଗଠନ ହୋଇଥିବା ବେଳେ ଓଡ଼ିଶାରେ ନ ହେବାର କାରଣ କ’ଣ। ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କର କି ପ୍ରସ୍ତାବ ରହିଛି। ଆମ ସରକାର ଗଠନ ହେବା ପରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା। ସ୍ବାଧୀନତା ପରେ କେତେ ବ୍ଲକ ଗଠନ ହୋଇଛି। ଗୋଟିଏ ବ୍ଲକରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେଲେଣି। ଲୋକଙ୍କୁ ପ୍ରଶାସନିକ ସୁବିଧା କେମିତି ଯୋଗାଇ ଦିଆଯିବ ବୋଲି ସେ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ୨୦୦୨ ଏବଂ ୨୦୧୭ରେ ପଞ୍ଚାୟତ ପୁନର୍ଗଠନ ହୋଇଛି। ୧୯୫୮ରୁ ୬୩ ମଧ୍ୟରେ ୩୦୭ଟି ବ୍ଲକ ଏବଂ ୧୯୬୫ରେ ଆଉ ୨ଟି ବ୍ଲକ ଗଠନ ହୋଇଛି। ନୂତନ ବ୍ଲକ ଗଠନ କରିବା ପାଇଁ ୧୯୯୩ରେ ରାଜ୍ୟ ସରକାର କୃଷ୍ଣପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ରିପୋର୍ଟ ଦେଇପାରିଲେ ନାହିଁ। ୧୯୯୫ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। କମିଟି ରାଜ୍ୟରେ ୩୨୭ଟି ନୂଆ ବ୍ଲକ ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୩ରେ ମାଲକାନଗିରି ଜିଲାର କୁଡୁମୁଲା ବଦଳରେ ଚିତ୍ରକୋଣ୍ଡାକୁ ବ୍ଲକ ଭାବେ ଘୋଷଣା କରାଯାଇଥିଲା। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ପଞ୍ଚାୟତରୁ ବ୍ଲକକୁ ୩୫ କିମି ଯିବାକୁ ପଡ଼ୁଛି। ବୋରିଗୁମ୍ମା ବ୍ଲକରେ ୩୫ଟି ପଞ୍ଚାୟତ ରହିଛି। ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବ୍ଲକଗୁଡିକର ପୁନର୍ଗଠନ କରନ୍ତୁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଅନନ୍ତ ଦାସ, ସୀମାରାଣୀ ନାୟକ, ଭୂପିନ୍ଦର ସିଂ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ଭାଜପା ସଭ୍ୟ ସନାତନ ବିଜୁଳି ପଚାରିଥିଲେ ଯେ, ଭୋଗରାଇ ନିର୍ବାଚନମଣ୍ଡଳୀରେ ଗୋଟିଏ ବ୍ଲକ ଓ ଗୋଟିଏ ତହସିଲ ରହିଛି। ଏହା ଉପରେ ୫୦ ପଞ୍ଚାୟତ ନିର୍ଭର କରୁଛନ୍ତି। ରାଜ୍ୟରେ ଏଭଳି ନିର୍ବାଚନମଣ୍ଡଳୀ କେଉଁଠି ନ ଥିବ। ଏହି ନିର୍ବାଚନ ମଣ୍ଡଳୀରେ ନୂଆ ବ୍ଲକ ଗଠନ କରାଯାଉ। ହିନ୍ଦୋଳ ବ୍ଲକ ପୁନର୍ଗଠନ କରିବାକୁ ଦାବି କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ କହିଥିଲେ, ଭୋଗରାଇ ରାଜ୍ୟର ସବୁଠାରୁ ବଡ଼ ବ୍ଲକ। ଏହି ବ୍ଲକରେ ୨ଲକ୍ଷ ୮୩ ହଜାର ୫୮୬ ଲୋକ ଅଛନ୍ତି। ଏହି ବ୍ଲକର ପୁନର୍ଗଠନ ହେବା ନିହାତି ଜରୁରୀ। ମୁଁ ଏକଥା ବି ସ୍ବୀକାର କରୁଛି ଯେ, ଲୋକମାନଙ୍କ ଅସୁବିଧା ହେଉଛି। ଏହାକୁ ଅନୁଧ୍ୟାନ କରାଯାଇ ନୂତନ ବ୍ଲକ ଗଠନ ପାଇଁ ସରକାର ପଦକ୍ଷେପ ନେବେ। ବ୍ଲକ ଗଠନରେ ନୀତି ଆୟୋଗ କିମ୍ବା କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri