ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବତୀଯୁବକଙ୍କ ନିଯୁକ୍ତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ୨ଲକ୍ଷ ୨୬ ହଜାର

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ୨ ଲକ୍ଷ ୬୮ହଜାର ୪୫୧ ଜଣ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟ ଭିତରୁ ୨ଲକ୍ଷ ୨୬ ହଜାର ୯୬୧ଜଣ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍‌ ନିଯୁକ୍ତିର ୮୫ ପ୍ରତିଶତ ରାଜ୍ୟ ଭିତରୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ଚୁକ୍ତି ଅନୁଯାୟୀ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ୯୦ ପ୍ରତିଶତ, କୁଶଳୀ ୬୦ ପ୍ରତିଶତ ଏବଂ ପରିଚାଳନା ବା ପ୍ରଶାସନିକ କ୍ଷେତ୍ରରେ ୪୦ ପ୍ରତିଶତ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ କୁମାର ସିଂହ। ମୂଳ ପ୍ରଶ୍ନକତା ଭାଜପା ସଭ୍ୟ ମୋହନ ମାଝି ପଚାରିଥିଲେ ଶିଳ୍ପାନୁଷ୍ଠାନଗୁଡ଼ିକରେ ରାଜ୍ୟ ଭିତରେ ୭୫% ଓ ରାଜ୍ୟ ବାହାରୁ ୨୫% ନିଯୁକ୍ତି ଦେବାର ରହିଛି। ମାତ୍ର ରାଜ୍ୟରେ ସ୍ଥାନୀୟ ଯୁବତୀଯୁବକ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି। କେନ୍ଦୁଝର ଜିଲାରେ କେତୋଟି ଶିଳ୍ପରେ କେତେଜଣ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ସେ ବିଷୟରେ ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, କେନ୍ଦୁଝର ଜିଲାରେ ୨୨ଟି ଶିଳ୍ପରେ ୧୦ହଜାର ୯୯୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିରୁ ରାଜ୍ୟରୁ ୯ହଜାର ୩୫୯ ଅର୍ଥାତ୍‌ ୯୨% ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ ପାରାଦୀପରେ ଥିବା ପିପିଏଲ୍‌, ଇଫ୍‌କୋ, ଆଇଓସିଏଲ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟ ଭଳି ସଂସ୍ଥାରେ କେତେଜଣ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଲୋକେ ଶିଳ୍ପ ଯୋଗୁ ଧୂଳି ଓ ଧୁଆଁରେ ଆକ୍ରାନ୍ତ ହେଉଛନ୍ତି। ସେହି ଶିଳ୍ପାନୁଷ୍ଠାନଗୁଡିକରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପଚାରିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ପ୍ରଶ୍ନୋତ୍ତର ବେଳେ ଆପତ୍ତି ଉଠାଇଥିଲେ ଯେ, ଆମ ରାଜ୍ୟରେ ବହୁ ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇ ରହିଛି। ଜଗତପୁର, ରସୁଲଗଡ଼, ପାତ୍ରପଡ଼ା, ମଞ୍ଚେଶ୍ୱର, ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ବହୁ କାରଖାନା ଗଢ଼ିଉଠିଛି। ସେ ସବୁ ଜାଗାରେ ବାହାର ଲୋକ ଚାକିରି କରୁଛନ୍ତି। ଆମ ପିଲା କମ୍‌ ପଇସାରେ ଦିଲ୍ଲୀ, ବାଙ୍ଗାଲୋରରେ ଚାକିରି ପାଇଁ ବୁଲୁଛନ୍ତି। ଆମେ ଜମି ଦେଲୁ, ସେମାନେ ଶିଳ୍ପ କଲେ। ଆମପିଲାଙ୍କୁ କାହିଁକି ନିଯୁକ୍ତି ଦିଆଯିବ ନାହିଁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ସୁଧାଂଶୁ ଶେଖର ପରିଡ଼ା, ପ୍ରତାପ ଦେବ, ସୁଧୀର ସାମଲ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କେନ୍ଦ୍ର ସରକାର ୫ ବର୍ଷରେ ୨ କୋଟି ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ଲାଗି ଘୋଷଣା କରିଥିଲେ। ଗତ ୫ ବର୍ଷରେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥାରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳରେ କେତେଜଣ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ପାରାଦୀପରେ କେଉଁ ସଂସ୍ଥାରେ କେତେ ନିଯୁକ୍ତ ହୋଇଛନ୍ତି ତାହାର ତର୍ଜମା କରାଯିବ । ଯଦି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବ ତେବେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଖୋର୍ଦ୍ଧା ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ୮ହଜାର ୪୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରେ ୭ହଜାର ୫୦୯ ଜଣଙ୍କୁ ରାଜ୍ୟ ଭିତରୁ ଏବଂ ୫୩୧ ଜଣଙ୍କୁ ରାଜ୍ୟ ବାହାରୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍ଥାରେ କେତେଜଣ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି, ସେ ସମ୍ପର୍କରେ ତଥ୍ୟ ନାହିଁ। ନିୟମ ଅନୁଯାୟୀ, ୮୫ ପ୍ରତିଶତ ନିଯୁକ୍ତି ରାଜ୍ୟ ଭିତରେ ହୋଇଛି। ବରିଷ୍ଠ ଅଧିକାରୀ କ୍ଷେତ୍ରରେ ଓଡ଼ିଶାରୁ ନିଯୁକ୍ତି ଦେବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ…

ଭୁବନେଶ୍ୱର,୨୦।୪: ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ...

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri