ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରରେ ଯେପରି ଇ-ବିଧାନ ପରିଚାଳନା କମିଟି କାର୍ଯ୍ୟକାରୀ କରୁଛି, ରାଜ୍ୟରେ ଅନୁରୂପଭାବେ ଏକ ପରିଚାଳନା କମିଟି କାର୍ଯ୍ୟକାରୀ କରିବ। ସଂସଦୀୟ ବ୍ୟାପାର ବିଭାଗ ତତ୍ତ୍ୱାବଧାନରେ ଏହି ଆପ୍ଲିକେଶନ କାର୍ଯ୍ୟକାରୀ କରାଯିବ। ବିଧାନସଭାର କମ୍ପ୍ୟୁଟରୀକରଣ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ପ୍ରସ୍ତୁତିର ନକଲ ସଂଗ୍ରହ କରାଯିବ। ପୂର୍ବରୁ ଥିବା ଆଇସିଟି ଯନ୍ତ୍ରପାତି ଏବଂ ସମ୍ବଳର ସୁବିନିଯୋଗ କରାଯିବ। ସଂସଦୀୟ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏନ୍‌ଇଭିଏ କାର୍ଯ୍ୟକାରୀ କରିବ। ବର୍ତ୍ତମାନ ଏନେଇ ଚିଠି ପ୍ରସ୍ତୁତି ଜାରି ରହିଛି। ସଂପୃକ୍ତି ପ୍ରକଳ୍ପ କେନ୍ଦ୍ରର ଅନୁମୋଦନ ପୂର୍ବରୁ ବିଧାନସଭା କମ୍ପ୍ୟୁଟରୀକରଣ କମିଟି ଆଗରେ ଏହା ଉପସ୍ଥାପିତ ହେବ। ଏହାର ବିସ୍ତୁତ ବିବରଣୀ ପ୍ରସ୍ତୁତ କରି ଚଳିତ ମାସ ୨୨ ସୁଦ୍ଧା ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ୨୨ରେ ଏସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ହେବାର ସମ୍ଭାବନା ରହିଛି। ଏଥିରେ ବାଚସ୍ପତି, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ବତନ୍ତ୍ର ସଚିବ, ସଂସଦୀୟ ବିଭାଗର ଅତିରିକ୍ତ ଶାସନ ସଚିବ, ବିଧାନସଭା ଦାୟିତ୍ୱରେ ଥିବା ସଚିବ, ଓଡ଼ିଶା ବିଧାନସଭା ଡିବେଟ୍‌ ବିଭାଗୀୟ ଯୁଗ୍ମ ସଚିବ, ଏନ୍‌ଆଇସିର ନୋଡାଲ ଅଧିକାରୀ ଏବଂ ଏନ୍‌ଆଇସିର ଏସ୍‌ଆଇଓ ପ୍ରମୁଖ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri