ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍‌କୋ ଅଫିସ ଆଗରେ ଧାରଣା ଦେଲା ଭାଜପା

ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ପରିବଣ୍ଟନ ସଂସ୍ଥା ସାଉଥ୍‌-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା। ଗତ ରବିବାର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜପୁର ଛକ ରାସ୍ତାରେ ଚଳନ୍ତା ବସ୍‌ ଉପରେ ୧୧ କେଭି ବିଦ୍ୟୁତ୍‌ ତାର ପଡ଼ି ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ସହିତ ଅନେକ ଗୁରୁତର ଆହତ ହୋଇ କଟକ ଓ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛନ୍ତି। ମୃତକଙ୍କ ପରିବାରର ଜଣକୁ ସାଉଥ-କୋ ସ୍ଥାୟୀ ଚାକିରି ଦେବା ସହ ୭ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ସାଙ୍ଗଠନିକ ଜିଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁ ଚରଣ ପତି ନେତୃତ୍ୱ ନେଇଥିଲେ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଏବଂ ଆହତମାନଙ୍କୁ ତୁରନ୍ତ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ସାଉଥ-କୋ ପକ୍ଷରୁ ଦିଆଯିବା, ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ବିପଦସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଗୁଡ଼ିକ ବଦଳାଇବା, ସବୁଠି ଭୂ-ତଳ କେବୁଲ ବ୍ୟବସ୍ଥା ଦ୍ୱାରା ବିଜୁଳି ସଂଯୋଗ ପାଇଁ ଭାଜପା ଦାବି କରିଛି। ସେହିପରି ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ସାଉଥ-କୋ ପରିସରରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ଗୁଡ଼ିକ ହଟାଯାଇ ନିରାପଦ ସ୍ଥାନରେ ସ୍ଥାପନ, ଡ଼ାକ୍ତରଖାନାରେ ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଓ ସମସ୍ତ ଖର୍ଚ୍ଚ ସରକାର ବା ସାଉଥ-କୋ ବହନ କରିବା ଆଦି ଅନ୍ତର୍ଭୁକ୍ତ ।
ଆନ୍ଦୋଳନରେ ଜିଲା ସଂଗଠନ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ରାମ କୁମାର ପାତ୍ର, ଯୁବମୋର୍ଚ୍ଚା ନେତା ଏନ.ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବଙ୍କ ସମେତ ମନୋରଞ୍ଜନ ଦ୍ୟାନସାମନ୍ତରା, ମଦନ ମୋହନ ପାତ୍ର, ପ୍ରଶାନ୍ତ କର, ରାମକୃଷ୍ଣ ରାଓ, ଏସ୍‌. ମୋହନ ଦାସ, ଡ଼ା. ସୁବାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆନ୍ଦୋଳନ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ପୋଲିସ ପହଞ୍ଚତ୍ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଧାରଣାସ୍ଥଳକୁ ଆସି ସିଇଓ ଦାବିପତ୍ର ଗ୍ରହଣ କରିଥିଲେ । ସପ୍ତାହକ ମଧ୍ୟରେ ଦାବି ପୂରଣ କରାଯିବାର ଲିଖିତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ମେଣ୍ଢରାଜପୁର ଘଟଣା ନେଇ ସିପିଏମ୍‌ ପକ୍ଷରୁ ଏଓ ଏବଂ ସିଇଓଙ୍କୁ ଗିରଫ ଦାବି ନେଇ ପୋଲିସରେ ଏତଲା ଦିଆଯିବା ପରେ କଂଗ୍ରେସର ଏସ୍‌ପି ଅଫିସ ଆଗରେ ବିକ୍ଷୋଭ କରାଯିବା ପରେ ଦୁର୍ଘଟଣାର ଚତୁର୍ଥ ଦିବସରେ ଭାଜପା ପକ୍ଷରୁ ସାଉଥ-କୋ ଘେରାଉ ସହ ଆନ୍ଦୋଳନ ହୋଇଛି। ତେଣୁ ଏହାକୁ ନେଇ ରାଜନୀତି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri