ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା ପୂର୍ବରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦଙ୍କ ମୃତ୍ୟୁ ଘଟିଛି। ବଳଦ ମାଲିକ ରୁପାଙ୍ଗ ବେହେରାଙ୍କୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଉକ୍ତ ଗ୍ରାମ ମଝିରେ ବସାଯାଇଥିବା ଏକ ଟ୍ରାନ୍ସଫର୍ମର ମୁକୁଳା ପଡିଛି ା ବର୍ଷା ଯୋଗୁ ଏହାର ଆର୍ଥତ୍ଙ୍ଗ ତାରରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିଲା। ଚାଷ କାଯର୍‌ୟପରେ ବଳଦ ଦୁଇଟି ଗୁହାଳକୁ ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା। ଟ୍ରାନ୍ସଫର୍ମର ଚାରିପଟେ ବାଡ ଦିଆଯାଇ ନ ଥିବାରୁ ପ୍ରତି ମୂହୁର୍ତ୍ତରେ ବିପଦ ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
(((((ଫଟୋ-ବିଏମ-୩୦-୪-ମୃତ ଦୁଇ ବଳଦ