ବିଦ୍ୟୁତ୍‌ ବିଭାଗର ଚଢ଼ାଉକୁ ବିରୋଧ: ଥାନାରେ ମାମଲା

ରୂପ୍‌ସା, ୧୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବିଦ୍ୟୁତ୍‌ ବିଭାଗର ଚଢ଼ାଉ ଆଶଙ୍କା କରି ଗ୍ରାମବାସୀଙ୍କ ବିରୋଧ ଘଟଣା ଥାନାରେ ପହଞ୍ଚତ୍ବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୭୬/୧୯) ରୁଜୁ କରିଛି।
ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓ ଡିଏନ୍‌ ବେହେରା, ରୂପ୍‌ସା ବିଦ୍ୟୁତ୍‌ ସେକ୍ସନ ଜେଇ କେକେ ଜେନା, ଆସିଷ୍ଟାଣ୍ଟ ଭିଜିଲାନ୍ସ ଅଫିସର ଓ ବିଭାଗୀୟ କର୍ମଚାରୀ ଗତ ୯ତାରିଖରେ ଜାମୁଳିଆ ଗ୍ରାମକୁ ଯାଇଥିଲେ। ସେମାନେ ଜଣେ ଉପଭୋକ୍ତାଙ୍କୁ ୨ଟି ମିଟରରେ ଦିଆଯାଇଥିବା ପୃଥକ ବିଦ୍ୟୁତ୍‌ ସଂଯୋଗର ସଂଶୋଧନ ପାଇଁ ପୂର୍ବ ଅଭିଯୋଗ ମୁତାବକ ପଚାରି ବୁଝିଥିଲେ। ସମସ୍ତ ଉପଭୋକ୍ତଙ୍କ ଘରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବେଆଇନ ବିଦ୍ୟୁତ୍‌ ବ୍ୟବହାର ସମ୍ପର୍କରେ ଚଢ଼ାଉ କରାଯିବ ଆଶଙ୍କା କରି କେତେକ ଗ୍ରାମବାସୀ ହୋହଲ୍ଲା କରିଥିଲେ। ବିଦ୍ୟୁତ୍‌ ଅଧିକାରୀଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ସହ ସରକାରୀ କାର୍ଯ୍ୟରେ ବାଧା ଦେବା ନେଇ ଜେଇ ଜେନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଓ ଏଏସ୍‌ଆଇ ହେମନ୍ତ କୁମାର ଦେବ ଗାଁରେ ପହଞ୍ଚତ୍ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।