ବିଦ୍ୟୁତ୍‌ ତାର ବିଛାଇ ଦନ୍ତା ଶିକାର : ୨ ଗିରଫ, ହାତୀଦାନ୍ତ ଉଦ୍ଧାର

ସୋନପୁର, ୯।୨(ନି.ପ୍ର.)
ସୁବର୍ଣ୍ଣପୁର ବନ ବିଭାଗକୁ ଶନିବାର ବଡ ସଫଳତା ମିଳିଛି। ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ଶିକାର ହୋଇଥିବା ହାତୀର ୨ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ଏହି ଘଟଣାର ମଧ୍ୟସ୍ଥି ଉଲୁଣ୍ଡା ଥାନା ମେଘନାଦ ଗ୍ରାମର ସୁରେନ୍ଦ୍ର କର୍ଣ୍ଣ(୪୬) ଓ ତାଙ୍କ ପୁତୁରା କାଳିଆ କର୍ଣ୍ଣ(୨୩)ଙ୍କୁ ଶନିବାର ଗିରଫ କରାଯାଇଛି। ସେମାନଙ୍କଠାରୁ ଦୁଇଟି ସମାନ ଲମ୍ବ ଓ ଓସାରର ହାତୀ ଦାନ୍ତ ଓ ଏକ ବାଇକ ନଂ ଓଡି୩୧ଏ-୨୧୬୦ ଜବତ ହୋଇଛି। ଗୋଟିଏ ଦାନ୍ତର ଲମ୍ବ ୬୫ ସେଣ୍ଟିମଟର, ମୋଟେଇ ୧୮ ସେଣ୍ଟିମିଟର ଓ ଓଜନ ଦେଢ କିଲୋ। ସୂଚନା ଅନୁଯାୟୀ ହାତୀ ଶିକାରୀ ଦାନ୍ତ ବିକ୍ରି କରି ଦେଇ ଥିବାରୁ ସେଗୁଡିକୁ ଉଦ୍ଧାର ପାଇଁ ବନବିଭାଗ ଜାଲ ବିଛାଇ ଥିଲା। ଜଣେ ବନପାଳ ସାଦା ପୋଷାକରେ ମଧ୍ୟସ୍ଥିଙ୍କ ସହିତ କଥା ହୋଇ ୨ ଲକ୍ଷ ଟଙ୍କାରେ ଦାନ୍ତ କିଣିବା ପାଇଁ କଥା ଛିଡାଇଥିଲେ। କକା, ପୁତୁରା ବାଇକ୍‌ରେ ଏକ ଜରି ବସ୍ତାରେ ୨ଟି ଦାନ୍ତ ବିକ୍ରି କରିବାକୁ ଶନିବାର ଆଣିଥିଲେ। ପୂର୍ବ ଯୋଜନା ଅନୁସାରେ ବନ ବିଭାଗ କର୍ମଚାରୀମାନେ ଉଲୁଣ୍ଡା ବ୍ଲକର ରାଧାନଗର-ଢେଲେଇ ରାସ୍ତାରେ ଅଭିଯୁକ୍ତଙ୍କୁ ଧରିଥିଲେ। ଉଲୁଣ୍ଡା ରେଞ୍ଜର ଶିବ ପ୍ରସାଦ ନାଏକ, ବନପାଳ ଦୀନେଶ ପ୍ରସାଦ ମାଝୀ, ଭକ୍ତବନ୍ଧୁ ମିଶ୍ର, ବନରକ୍ଷୀ ବନମାଳୀ ପାଣ୍ଡେ ଓ ଚୌଧୁରୀ ଦଳପତି ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ। ଅଧିକ ତଦନ୍ତ ଜାରି ରହିଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଆବଶ୍ୟକ ପଡିଲେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରରେ ଅଣାଯିବ ବୋଲି ଡିଏଫଓ ସୁଶାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ଗତ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ କୋଟସମଲାଇ ଫରେଷ୍ଟ ବିଟ୍‌ଠାରୁ ୫ କିଲୋମିଟର ଦୂରରେ ବିଦ୍ୟୁତ୍‌ ତାର ବିଛାଇ ହାତୀ ଶିକାର କରାଯାଇଥିଲା। ଏହି ଘଟଣାରେ ଡିଏଫଓ ସାମନ୍ତରାୟ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍ଥାନୀୟ ବନପାଳ ଜନାର୍ଦ୍ଦନ ସ୍ବାଇଁ ଓ ବନରକ୍ଷୀ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କରିଥିଲେ। ସେହିପରି ଏହି ଘଟଣାରେ ବନ ବିଭାଗ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ହାତୀ ଶିକାର କରି ଦାନ୍ତ କାଟିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଶିକାରି, ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର…

ଅମରପାଲି,୪।୧୨(ପୀତାମ୍ବର ସାହୁ): ଦନ୍ତାହାତୀର ମୃତ୍ୟୁକୁ ନେଇ ପର୍ଦ୍ଦାଫାସ ହୋଇଛି। ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ବନ...

ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍‌ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର...

ଟ୍ରକ୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ ଘଟଣା: ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ

ଅମରପାଲି,୨୬/୧୧(ପୀତାମ୍ବର ସାହୁ): ଦୀର୍ଘ ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ। ଫଳରେ ସ୍ବାଭାବିକ ହୋଇଛି ଗାଡି ଚଳାଚଳ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବୀରମହାରାଜପୁର...

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ...

ସକାଳୁ ସକାଳୁ ବଡ଼ ଦୁର୍ଘଟଣା: ଯାଉଥିଲେ ୪୦ ଯାତ୍ରୀ, ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌

ସୋନପୁର, ୨୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିଂଘିଯୁବା ନିକଟରେ ଜୟଭୋଲେ ନାମକ ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି । ଘନ...

କିଡନୀ ରୋଗରେ ଯୁବକଙ୍କ ମୃତ୍ୟୁ ଘଟଣା: ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଅମରପାଲି,୨୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତର ସୁନାପାଲିରେ କିଡନୀ ରୋଗର ଗତ ଗୁରୁବାର ଜଣେ ଆଦିବାସୀ ଯୁବକ ଭରତ ଭୋଇ...

ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…

ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ...

ସପ୍ତାହକରେ କିଡ୍‌ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍‌ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri