ବିଦ୍ୟୁତ୍‌ ଚୋରି: କ୍ଷତି ରୋକିବ ସ୍ମାର୍ଟ ମିଟର; ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଉପଭୋକ୍ତା ହେବେ ସ୍ମାର୍ଟ ମିଟର ପରିସରଭୁକ୍ତ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ଘରେ ଲାଗିଥିବା ପୁରୁଣା ବିଦ୍ୟୁତ୍‌ ମିଟର ବଦଳିଯିବ। ଲାଗିବ ନୂଆ ପ୍ରିପେଡ୍‌ ଓ ସ୍ମାର୍ଟ ମିଟର। ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଏହି ମିଟର ଯୋଗାଇ ଦିଆଯିବ। ଏହାଦ୍ୱାରା ବିଦ୍ୟୁତ୍‌ ଚୋରି ଏବଂ ବୈଷୟିକ ଓ ବାଣିଜ୍ୟକ କ୍ଷତି (ଏ ଆଣ୍ଡ୍‌ ଟିସି)କୁ ରୋକିବା ପାଇଁ ଶକ୍ତି ବିଭାଗ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି।
ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିଲେ ବିଦ୍ୟୁତ୍‌ ସରବରାହ କ୍ଷେତ୍ରରେ ହେଉଥିବା ବିଣିଜି୍ୟକ ଓ ବୈଷୟିକ କ୍ଷତିକୁ ରୋକିବା ସହିତ ବିଦ୍ୟୁତ୍‌ ଟାମ୍ପରିଂ ଓ ଚୋରି ଉପରେ ମଧ୍ୟ ଅଙ୍କୁଶ ଲଗାଯାଇ ପାରିବ। ପ୍ରିପେଡ୍‌ ମିଟର ଲାଗିଲେ ଗ୍ରାହକଙ୍କୁ ଆଗୁଆ ବିଦ୍ୟୁତ୍‌ ଦେୟ ଦେବାକୁ ହେବ। ଟେଲିଫୋନ୍‌ ଭଳି ପଇସା ସରିଗଲେ ପୁଣି ରିଚାର୍ଜ କରିବାକୁ ପଡ଼ିବ। ନଚେତ୍‌ ଅନ୍ଧାରରେ ରହିବାକୁ ହେବ। ରାଜ୍ୟରେ ଏ ଆଣ୍ଡ୍‌ ଟିସି କ୍ଷତି ୫୬ ପ୍ରତିଶତ ରହିଛି। ଏହାକୁ ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ କମାଇବାକୁ ବିଦ୍ୟୁତ୍‌ ବିଭାଗ ପ୍ରୟାସ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୨୫ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରି ପେଡ୍‌ ସ୍ମାର୍ଟ ମିଟର ଯୋଗାଇ ଦିଆଯିବ। ବିଦ୍ୟୁତ୍‌ ଯୋଗାଉଥିବା ୪ଟି ବଣ୍ଟନ କମ୍ପାନୀ ସେସୁ, ନେସ୍କୋ, ସାଉଥ୍‌କୋ ଏବଂ ଓ୍ବେସ୍କୋକୁ ପ୍ରତ୍ୟେକ ୧ ଲକ୍ଷ ମିଟର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ସରକାର ଗୋଟିଏ ପଟେ ବିଦ୍ୟୁତ୍‌ କ୍ଷତି କମାଇବାକୁ ଯୋଜନା କରୁଥିବା ବେଳେ ଅନ୍ୟପଟେ ମିଟର ବାବଦ ଖର୍ଚ୍ଚକୁ ବିଦ୍ୟୁତ୍‌ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ନିଷ୍ପତ୍ତି ନିଆଯାଇଛି। ମିଟର ପିଛା ଗ୍ରାହକଙ୍କୁ ୩ ହଜାର ୫ ଶହ ଟଙ୍କା ପୈଠ କରିବାକୁ ପଡ଼ିବ। ଏକକାଳୀନ ନ ହେଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ସହ ଏହାକୁ ଆଦାୟ କରାଯିବ। ମିଟର କିଣିବା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ପୂର୍ବ ମିଟର ଠିକ୍‌ କାର୍ଯ୍ୟ କରୁଛି ଉପଭୋକ୍ତା ନୂଆ ମିଟର ବ୍ୟୟଭାର କାହିଁକି ଭରଣା କରିବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଘରୋଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ସମ୍ବଲପୁର, ରାଉରକେଲାରେ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri