ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପାରାଦୀପରେ ଏକ ବିଦ୍ୟାଳୟ ଏବେ ଅତିଥି ଭବନରେ ପରିଣତ ହୋଇଛି। ପାରାଦୀପ ବନ୍ଦର ଦ୍ୱାରା ୧୯୭୨-୭୩ରେ ନିର୍ମିତ ଏକ ବିଦ୍ୟାଳୟ ସରକାରଙ୍କ ନୂତନ ଶିକ୍ଷାନୀତି ଯୋଗୁ ୨୦୧୭ ଅକ୍ଟୋବରରେ ବନ୍ଦ ହୋଇଯାଇଥିଲା। ସେହି ବିଦ୍ୟାଳୟ କୋଠାଘରକୁ ବନ୍ଦର କର୍ତ୍ତୃପକ୍ଷ ପରିବର୍ତ୍ତନ କରି ବିଶାଳ ଅତିଥି ଭବନ ନିର୍ମାଣ କରିଛନ୍ତି। ଉକ୍ତ ୩୬ କକ୍ଷ ବିଶିଷ୍ଟ ଅତିଥି ଭବନ ଆସନ୍ତା ରଥଯାତ୍ରାଠାରୁ କାର୍ଯ୍ୟକ୍ଷମ ହେବ। ୨୦୧୮ ବର୍ଷରେ ପାରାଦୀପ ବନ୍ଦର ଧାର୍ଯ୍ୟ ଲକ୍ଷ୍ୟ ବାର୍ଷିକ ୧୦୦ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର ଅତିକ୍ରମ କରିବାରୁ ସେହି ଐତିହାସିକ ସଫଳତାର ସ୍ମୃତି ସ୍ବରୂପ ଅତିଥି ଭବନର ନାମ ରଖିଛନ୍ତି ହଣ୍ଡ୍ରେଡ୍‌ ମିଲିୟନ।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଆରମ୍ଭ ବେଳେ କୌଣସି ଶ୍ରମିକ କର୍ମଚାରୀ ଏଠାରେ ଚାକିରି କରିବାକୁ ଉଚିତ୍‌ ମଣୁ ନ ଥିଲେ। କାରଣ ବନ୍ଦରାଞ୍ଚଳରେ ଟାଉନଶିପ୍‌ ନ ଥିଲା। ଶ୍ରମିକ-କର୍ମଚାରୀଙ୍କ ପାଇଁ ବାଧ୍ୟହୋଇ ବନ୍ଦର କର୍ତ୍ତୃପକ୍ଷ ଟାଉନ୍‌ଶିପ୍‌ କରିବା ସହ ସ୍କୁଲ କଲେଜ, ଖେଳପଡ଼ିଆ, ଚିତ୍ତବିନୋଦନ କେନ୍ଦ୍ର, ପାଠାଗାର, ବଜାର, ଥାନା, ବ୍ୟାଙ୍କଠାରୁ ଆରମ୍ଭ କରି ସବୁକିଛି କରିଛନ୍ତି। ଶିକ୍ଷା କ୍ଷେତ୍ରରେ ବଡ଼ପଡ଼ିଆରେ ପାଥମିକ ସ୍କୁଲ, ମଧୁବନ ପୋଷ୍ଟାଲ ପାଖରେ ଉଚ୍ଚ ପ୍ରାଥମିକ ସ୍କୁଲ, ବଡ଼ପଡ଼ିଆ ବଜାର ପାଖରେ ହାଇସ୍କୁଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବନ୍ଦର କର୍ମଚାରୀ ସଂଖ୍ୟା ହ୍ରାସ ପାଇବା ଓ ଛତୁଫୁଟିବା ଭଳି ଘରୋଇ ସ୍କୁଲ ଖୋଲିବା ଫଳରେ ପ୍ରଥମେ ବସ୍‌ଷ୍ଟାଣ୍ଡ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୨୦୧୦-୧୧ରେ ବନ୍ଦର ପ୍ରଶାସନ ବନ୍ଦ କରିଦେଇଥିଲା। ସେହି ବିଦ୍ୟାଳୟ ଘରେ ଏବେ ଡିଏଭି ସ୍କୁଲ ଚାଲିଛି। ମଧୁବନଠାରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ଭଲରେ ଚାଲୁଥିଲା। ସେତେବେଳେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆଇନରେ ପରିବର୍ତ୍ତନ କରି ଅଷ୍ଟମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟରେ ସାମିଲ କଲେ। ତେଣୁ ପାରାଦୀପ ବନ୍ଦରର ହାଇସ୍କୁଲରୁ ୮ମ ଶ୍ରେଣୀ ବାଦ୍‌ପଡ଼ିଲା। ଫଳରେ ପୋର୍ଟ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ବର୍ଷକୁ ବର୍ଷ କମିଗଲା। ବନ୍ଦର କର୍ତ୍ତୃପକ୍ଷ ପୋର୍ଟ ହାଇସ୍କୁଲରେ ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସାମିଲ କରି ମଧୁବନ ସ୍କୁଲ ବନ୍ଦ କରିଦେଲେ। ସ୍କୁଲ ମିଶ୍ରଣ ବେଳେ ସେହି ସ୍କୁଲରେ ପ୍ରାୟ ୪୦୦ ଛାତ୍ରୀଛାତ୍ର ଓ ୩୨ କର୍ମଚାରୀ ଥିଲେ। ଏବେ ସେମାନେ ହାଇସ୍କୁଲରେ ସାମିଲ ହୋଇଛନ୍ତି। ସେହି ପୁରୁଣା ଘରକୁ ଏବେ ଅତିଥି ଭବନ କରାଯାଇଛି। ପାରାଦୀପ ବନ୍ଦରର ମୂଳ ଓ ମୁଖ୍ୟ ଅତିଥି ଭବନ (ଜବାହାର ଗେଷ୍ଟ ହାଉସ) ନେହେରୁ ବଙ୍ଗଳାଠାରେ ରହିଛି। ୧୬ କକ୍ଷ ବିଶିଷ୍ଟ ସେହି ଅତିଥି ଭବନ ସହରଠାରୁ ୧୩ କିମି ଦୂର। ସେଠାରେ ଅଧିକାଂଶ ସମୟ ଅତିଥିଙ୍କୁ ଆବଶ୍ୟକ ଅନୁସାରେ କକ୍ଷ ମିଳୁନାହିଁ। ତେଣୁ ଆଉ ଏକ ଅତିଥି ଭବନ ବନ୍ଦର ପାଇଁ ଆବଶ୍ୟକ ଥିଲା। ତେଣୁ ଏହି ବିଦ୍ୟାଳୟର ନବୀକରଣ କରାଯାଇ ଅତିଥି ଭବନ କରାଗଲା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର: ଉଠାଇନେଲା…

ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍‌ଡୋଜର ବୁଲଛି।...

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...

ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...

ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…

ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ...

ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍‌ଦାର ଡାଏଲଗ୍‌, ୪୨ ବର୍ଷ ଧରି…

ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri