ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି

କେନ୍ଦ୍ରାପଡା ଅଫିସ, ୨୬।୯: କେନ୍ଦ୍ରାପଡ଼ା ବ୍ଲକ କୁତରଙ୍ଗ ଉଚ୍ଚ ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି କରି ପଞ୍ଚାୟତବାସୀ ଜିଲାପାଳଙ୍କୁ ବୁଧବାର ଏକ ଦାବିପତ୍ର ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମର ନରୋତ୍ତମ ମଲ୍ଲିକ କହିଛନ୍ତି, ୧୯୮୦ ମସିହାରେ ଏହି ସ୍କୁଲ ପ୍ରତିଷ୍ଠ କରାଯାଇଥିଲା। ଗତ ମେ ମାସରେ ହୋଇଥିବା ବାତ୍ୟା ଫନୀରେ ସ୍କୁଲର ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ଭାଙ୍ଗି ଯାଇଛି। ଏ ନେଇ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ପରିଚାଳନା କମିଟି ପକ୍ଷରୁ ଅବଗତ କରାଯାଇଥିଲେ ବି କିଛି ବ୍ୟବସ୍ଥା କରାଯାଇନାହିଁ। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ସୀତା ମଲିଲିକ, ସମିତିସଭ୍ୟ ଅରୁଣ ମଲ୍ଲିକଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ଥିଲେ।