Posted inଜାତୀୟ

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା ଲାଗି ବରିଷ୍ଠ କଂଗ୍ରେସ ନେତାମାନେ ଅଣ୍ଟା ଭିଡ଼ିଛନ୍ତି। ଦଳର ସଙ୍କଟମୋଚନ କୁହାଯାଉଥିବା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ଭୋର ୫ଟାରେ ଗୃହନିର୍ମାଣ ମନ୍ତ୍ରୀ ଏମ୍‌.ଟି.ବି. ନାଗରାଜଙ୍କ ଘରେ ପହଞ୍ଚତ୍ ତାଙ୍କୁ ମନାଇବା ପାଇଁ ସାଢ଼େ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନାଗରାଜଙ୍କ ଘରେ ପହଞ୍ଚତ୍ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବା ଲାଗି ପ୍ରବର୍ତ୍ତାଇଥିବା ଜଣାପଡିଛି। ବୁଧବାର ଇସ୍ତଫା ଦେଇଥିବା ନାଗରାଜ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ସୂଚନା ଦେବା ସହ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ବୁଝାଇବେ ବୋଲି କହିଥିବା ଜଣାପଡ଼ିଛି। ସେହିପରି ଅନ୍ୟତମ ବିଧାୟକ ରାମଲିଙ୍ଗା ରେଡ୍ଡୀ, ମୁନିରତ୍ନ ଏବଂ ଆର୍‌. ରୋଶନ ବେଗ୍‌ଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସିଧାସଳଖ ୪ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜେଡିଏସ୍‌ ସୂତ୍ରରୁ ଜଣାପଡିଛି। ସେମାନେ ଇସ୍ତଫାପତ୍ର ଫେରାଇନେଇପାରନ୍ତି ବୋଲି ଆଶା କରାଯାଉଛି।
ଆସ୍ଥାଭୋଟ ପୂର୍ବରୁ କଂଗ୍ରେସ ଓ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ଏକାଠି କରିବା ଲାଗି ସେମାନଙ୍କୁ ହୋଟେଲ ଓ ରିସର୍ଟରେ ରଖିଛନ୍ତି। କଂଗ୍ରେସର ପଛଦ୍ୱାର ବୁଝାମଣା ଉଦ୍ୟମ ସଫଳ ହେବନାହିଁ ବୋଲି ଭାଜପା ରାଜ୍ୟ ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଦେଇଥିବା ଦୁଇ ସ୍ବାଧୀନ ବିଧାୟକ ବିରୋଧୀ ଦଳ ଆସନରେ ବସିବା ଲାଗି ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିଧାୟକ ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ଅଲଗା ପତ୍ର ଲେଖି ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବାଚସ୍ପତିଙ୍କୁ ଜଣାଇଦେଇଛନ୍ତି। ଶୁକ୍ରବାରରୁ କର୍ନାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ଦୁଇ ବିଧାୟକ ପ୍ରଥମ ଦିନରେ ଅନୁପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ମୁମ୍ବାଇରେ ରହିଥିବା କର୍ନାଟକର ୧୪ ବିଦ୍ରୋହୀ ବିଧାୟକ ଶନିବାର ଶିରିଡ଼ି ଯାଇ ସାଇବାବାଙ୍କୁ ଦର୍ଶନ କରିଛନ୍ତି। ସେମାନେ ଏକ ଘରୋଇ ବିମାନରେ ଶିରିଡ଼ି ଯାଇଥିବା ଜଣାପଡିଛି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ବିଧାୟକ କେନ୍ଦ୍ରୀୟ ମୁମ୍ବାଇରେ ଥିବା ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri