ବିଦେଶ ଗସ୍ତର ୩ ସପ୍ତାହ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ। ସରକାରୀ ଅଫିସର ମଧ୍ୟ ଏଥିରୁ ବାଦ୍‌ ପଡ଼ିବେନି। ଗସ୍ତର ୩ ସପ୍ତାହ ପୂର୍ବରୁ ଏ ସମ୍ପର୍କରେ ଅର୍ଥ ବିଭାଗକୁ ଜଣାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅଶିତ୍‌ ତ୍ରିପାଠୀଙ୍କୁ ମଧ୍ୟ ଚିଠି ପଠାଯାଇଥିବା ଜଣାପଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ପକ୍ଷରୁ ଏହି ଚିଠି ଲେଖାଯାଇଛି।