ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ

କୋଣାର୍କ, ୨୭ା୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍‌ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍‌ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ ସଚେତନତା ଧର୍ମୀ ଓ ନିଆରା ପରମ୍ପରାରେ କୋଣାର୍କ ସୂଯର୍‌ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ ଏହା ପାଳନ କରାଯାଇଛି। ହୋଟେଲ ଶିଳ୍ପରେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ସହ ଗତ ଫନୀ ମହାବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ସବୁଜ ସୁନ୍ଦର କରିବା ପାଇଁ ଲୋଟସ ରିସୋର୍ଟ ପ୍ରଚେଷ୍ଠା ଅବ୍ୟାହତ ରଖିଛି।
ଦୀପାବଳକୁ ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ କରିବା ସହ ଆତସବାଜି ନ ଫୁଟାଇବା ନିମନ୍ତେ କୋଣାର୍କ ଅଞ୍ଚଳର ୧୨ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ନେଇ ବ୍ୟାଖାନ କେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରିଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ଗୋପାଳ ଦାଶ, ଶିକ୍ଷାବିତ୍‌ ରବିନ୍ଦ୍ର ନାଥ ବାହୀନିପତି, ଧର୍ମରେଖା ଫାଉଣ୍ଡେଶନର ସମ୍ପାଦକ ଶିଶିରକାନ୍ତ ବିଶ୍ୱାଳ ଓ ବାଖ୍ୟାନକେନ୍ଦ୍ରର ଅଧିକାରୀ ରାଜକିଶୋର ଦଳାଇ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଭୁଜରାମ ହାଁସଦା ପ୍ରଥମ, ବିଶ୍ୱଜିତ ମାରାଣ୍ଡି ଓ ସ୍ମୃତିମୟୀ ଶାସମଲ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପରେ ରୁଷରୁ ଆସିଥିବା ମାଇକେଲ ଓ ତାଙ୍କ ଦଳ ଦ୍ୱାରା ପ୍ରଥମ ପୁରସ୍କାର ବାବଦରେ ୫ହଜାର ଟଙ୍କାର ଚେକ୍‌, ଟ୍ରଫି ସହ ମାନପତ୍ର, ଦ୍ୱିତୀୟ ପୁରସ୍କାର ବାବଦରେ ୩ହଜାର ଟଙ୍କା ଟ୍ରଫି ଏବଂ ତୃତୀୟସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨ହଜାର ଟଙ୍କାର ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ କାଉଁରିଆ କାଠି ଜାଳିଥିଲେ। କାର୍ଯ୍ୟକ୍ରମକୁ ଲୋଟସ ରିସୋର୍ଟର ପରିଚାଳକ ଭାରତ ଭୁଷଣ ବିଶ୍ୱାଳ ଓ ସହଯୋଗୀମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri