Posted inଖେଳ

ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ନେଇ ଦୁଇ ଦଳ ଚିନ୍ତିତ

ଜୟପୁର,୨୭।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନାରଇଜର୍ସ ହାଇଦ୍ରାବାଦ ଶନିବାର ମୁହଁମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କେତେକ ତାରାକା ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଦୁଇ ଦଳ ପଡିଆକୁ ଓହ୍ଲାଇବେ। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ପାଇଁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ରାଜସ୍ଥାନ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି। ବେନ୍‌ ଷ୍ଟୋକ୍ସ, ଜୋସ ବଟଲର ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ ମହଙ୍ଗା ପଡିବ। କାରଣ ଏହି କ୍ରିକେଟରମାନେ ଇଂଲଣ୍ଡ ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ। ସେହିପରି ବିସ୍ଫୋରକ ଓପନର ଜନି ବେୟାରଷ୍ଟୋ ମଧ୍ୟ ସମକାରଣ ଯୋଗୁ ହାଇଦ୍ରାବାଦ ପାଇଁ ପଡିଆକୁ ଓହ୍ଲାଇବେ ନାହିଁ। ପୁଣି ଆସନ୍ତା ସପ୍ତାହରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ସ୍ବଦେଶ ଫେରିବେ। ଫଳରେ ରାଜସ୍ଥାନ ଓ ହାଇଦ୍ରାବାଦ ପାଇଁ ସମସ୍ୟା ବଢିବ। ୧୭ ବର୍ଷୀୟ ଆସାମ ଖେଳାଳି ରିୟାନ ପରାଗ ରାଜସ୍ଥାନ ପାଇଁ ଏବେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଆଷ୍ଟନ ଟର୍ନର ଓ ଲିଆମ ଲିଭିଂଷ୍ଟୋଙ୍କ ଉପରେ ରାଜସ୍ଥାନର ପ୍ରଦର୍ଶନ ନିର୍ଭର କରିବ। ଆର୍ଚର ଓହରିଯାଇଥିବାରୁ ରାଜସ୍ଥାନ ଡେଥ୍‌ ଓଭରରେ ସମସ୍ୟାରେ ପଡିବ। ତେବେ ବରୁଣ ଆରୋନ ଭଲ ପ୍ରଦର୍ଶନ କରି ଦଳ ପାଇଁ ଆଶା ସଞ୍ଚାର କରିଛନ୍ତି। ସେହିପରି ଓଶେନ ଥୋମାସ, ଧାଓ୍ବଲ କୁଲକର୍ଣ୍ଣୀ ଓ ଜୟଦେବ ଉନାଡକଟଙ୍କ ଭଳି ବୋଲର ରାଜସ୍ଥାନର ପାଇଁ ସୁଯୋଗ ସୃଷ୍ଟି କରିବେ। ଅନ୍ୟପଟେ ହାଇଦ୍ରାବାଦ ବିଦେଶୀ ଖେଳାଳିମାନଙ୍କ ଅନୁପସ୍ଥିତି କାରଣରୁ ବ୍ୟାକ୍‌ଫୁଟକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ୨୯ ତାରିଖରେ ଓ୍ବାର୍ନର ହାଇଦ୍ରାବାଦ ପାଇଁ ଶେଷ ମ୍ୟାଚ୍‌ ଖେଳିବେ। ତାଙ୍କ ବଦଳରେ ମାର୍ଟିନ ଗୁପ୍ଟିଲ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri