ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର
ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କୋସିଓଯୋକ (ଯାହାର ଉଚ୍ଚତା ୨,୨୨୮ ମିଟର)କୁ ସଫଳତାର ସହ ଆରୋହଣ କରି ଅଜସ୍ର ସମ୍ମାନର ଅଧିକାରିଣୀ ହେବା ସଙ୍ଗେ ସଙ୍ଗେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଥିଲ ଏବଂ ଭାରତ ତଥା ନିଜ ରାଜ୍ୟ ଓଡ଼ିଶାକୁ ଗୌରବାନ୍ବିତ କରିଥିଲ। ମନରେ ଥିଲା ତୁମର ଅସୁମାରି ଇଚ୍ଛା ଓ ଦୃଢ଼ ମନୋବଳ ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ। ତେଣୁ ୨୦୧୯ ଏପ୍ରିଲ ୨୩ ତାରିଖରେ ତମେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲ ଏକ ୩ଜଣିଆ ମହିଳା ଦଳ ସହିତ। ଅନ୍ୟ ୨ ଜଣ ଥିଲେ ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମନଙ୍ଗ। ଏଥର ବିି ଶାଢ଼ି ପିନ୍ଧି ୮,୮୪୮ମିଟର ଉଚ୍ଚ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚତ୍ଥିଲ ୨୩ ମେ ୨୦୧୯ରେ। ପ୍ରାୟ ଏକ ମାସ ଶାଢ଼ି ପିନ୍ଧି ଯାତ୍ରାକରି ଏବଂ ଏଭରେଷ୍ଟ ଶୃଙ୍ଗରେ ଜାତୀୟ ପତାକା ଉଡ଼ାଇ ପୁଣି ଏକ ଇତିହାସ ସୃଷ୍ଟି କଲ ସମଗ୍ର ଦେଶ ପାଇଁ। ଏଭରେଷ୍ଟର ପାଦଦେଶରୁ ଶିଖର ପର୍ଯ୍ୟନ୍ତ ରହିଛି ୪ଟି ବେସ୍‌ କ୍ୟାମ୍ପ। ପ୍ରଥମଟିର ଉଚ୍ଚତା ପ୍ରାୟ ୬୦୦୦ ମିଟର, ଦ୍ୱିତୀୟଟିର ୬୪୦୦, ତୃତୀୟଟିର ୭୩୦୦ ଏବଂ ଚତୁର୍ଥଟିର ୮୦୦୦ମିଟର। ୮୦୦୦ରୁ ଆହୁରି ୮୪୦ମିଟର ଉପରକୁ ଗଲେ ଶିଖରରେ ପହଞ୍ଚତ୍ହେବ ଏବଂ ଏହା ସବୁଠୁ ବିପଦପୂର୍ଣ୍ଣ ଜୋନ୍‌ ବୋଲି କୁହାଯାଏ। ପ୍ରତ୍ୟେକ ବେସ୍‌ କ୍ୟାମ୍ପରେ ବିଯୁକ୍ତ ୪୦୦ ଡିଗ୍ରୀ ସେଲସିୟସକୁ ଖାପ ଖୁଆଇ ଚାଲିବା ପାଇଁ ସ୍ବତନ୍ତ୍ର ପୋଷାକ ଓ ଜୋତା ଥିଲେ ମଧ୍ୟ ତମେ ଶାଢ଼ି ପିନ୍ଧି ଉପରକୁ ଉଠିଥିଲ ନିଜ ସଂସ୍କୃତିର ବାର୍ତ୍ତାବହ ହୋଇ ବିଶ୍ୱକୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ।
ସେହିଦିନ ଅପରାହ୍ଣରେ ଫେରୁଥିବା ବାଟରେ ଅନ୍ୟ ଆରୋହଣକାରୀ ଦଳଗୁଡ଼ିକର ପ୍ରବଳ ଗହଳି ଯୋଗୁ ପାଖାପାଖି ୨ଘଣ୍ଟା ତୁମକୁ ଧାଡ଼ିରେ ରହିବାକୁ ପଡ଼ିଥିଲା ବିଯୁକ୍ତ ୪୦ଂ ତାପମାତ୍ରାରେ। ସେଠୁ ଓହ୍ଲାଇବା ସମୟରେ ତୁମେ ଅସୁସ୍ଥତା ଅନୁଭବ କରି ପାଖାପାଖି ୮୩୦ମିଟରରେ ଥିବା ବାଲକୋନି କ୍ୟାମ୍ପରେ ପ୍ରାଣ ହରାଇଲ। ଇତିହାସ ପାଲଟିଗଲ ତୁମେ ଓଡ଼ିଶା ଢେଙ୍କାନାଳ ଜିଲା ସାରିଆପଡ଼ା ଗ୍ରାମର କଳ୍ପନା ଦାଶ। ତୁମ ଜନ୍ମ ୨୭ ଜୁଲାଇ ୧୯୬୬ ମସିହା। ବାପା ଥିଲେ ଜଣେ ପାହାଡ଼ ଚଢ଼ାଳି। ପିଲାଟି ଦିନରୁ ପାହାଡ଼ମାଳିନୀ ଢେଙ୍କାନାଳର ପ୍ରକୃତି ତୁମକୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା ଏବଂ ସେଥିପାଇଁ ତୁମେ ଘୂରି ବୁଲୁଥିଲ ଏ ପାହାଡ଼ରୁ ସେ ପାହାଡ଼। ବୟସ ବଢ଼ିବାରୁ ଆସ୍ତେ ଆସ୍ତେ କପିଳାସ, ସପ୍ତଶଯ୍ୟା ଓ ବାଙ୍କମୁଣ୍ଡି ପାହାଡ଼ ଚଢ଼ି ସାରା ଜିଲାରେ ‘ପାହାଡ଼ ରାଣୀ’ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲ।
ସେତିକିରେ ତୁମ ଜିଜ୍ଞାସା ପୂର୍ଣ୍ଣ ହୋଇ ନ ଥିଲା। ଚାହୁଁଥିଲ କିଛି ଦାନ କରିବା ପାଇଁ ସଂସାରକୁ ଏବଂ ନାରୀ ଦୁର୍ବଳ ନୁହେଁ, ସେ ଚାହିଁଲେ ସାରା ପୃଥିବୀ ଜୟ କରିପାରିବ, ଏହି ବାର୍ତ୍ତା ଦେବାକୁ। ନିଜର ସମସ୍ତ ପାହାଡ଼ ଚଢ଼ିବା କୌଶଳ ଓ ଶକ୍ତିକୁ ପାଥେୟକରି ୨୦୦୪ରେ ତୁମ ଅଭିଯାନ ଆରମ୍ଭ ହୋଇଥିଲା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ। ପ୍ରଥମଥର ଅକୃତକାର୍ଯ୍ୟ ହେବା ପରେ ପୁଣି ଚେଷ୍ଟା କରି ୨୦୦୬ରେ ଚଢ଼ିବା ଆରମ୍ଭ କରିଥିଲ। ମାତ୍ର ପାଗ ଖରାପ ଯୋଗୁ ଏଥର ବି ସମ୍ଭବପର ହୋଇ ନ ଥିଲା। ଶେଷରେ ୨୦୦୮ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ ନେଇ ତୁମେ ଆରୋହଣ ଆରମ୍ଭ କଲ ମାଉଣ୍ଟ ଏଭରେଷ୍ଟ ଏବଂ ତୁମର ଦକ୍ଷତା ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତୁମକୁ ପହଞ୍ଚାଇଦେଲା ଏଭରେଷ୍ଟର ଶୀର୍ଷରେ। ଭାରତ ପାଇଁ ଏବଂ ନିଜ ରାଜ୍ୟର ପ୍ରଥମ ମହିଳା ମାଉଣ୍ଟ ଏଭରେଷ୍ଟ ଆରୋହଣକାରିଣୀ ଭାବେ ପରିଗଣିତ ହେଲ ତୁମେ। ତା’ପରେ ତୁମେ ପଛକୁ ଚାହିଁନାହଁ। ଗୋଟିଏ ପରେ ଗୋଟିଏ ଗିରିଶୃଙ୍ଗ ଅତିକ୍ରମ କରିଚାଲିଲ। ୨୦୧୦ରେ ପୂର୍ବ ଆଫ୍ରିକାର ୫,୮୯୫ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ କିଲିମଞ୍ଜାରୋ, ୨୦୧୫ ଜାନୁୟାରୀ ୧୬ରେ ଦକ୍ଷିଣ ଆମେରିକାର ୬,୯୬୨ ମିଟର ଉଚ୍ଚତା ବିଶିଷ୍ଟ ଆକୋନ କାବୁଆ, ଜୁଲାଇ ୩୧,୨୦୧୫ରେ ୫,୬୪୨ ମିଟର ଉଚ୍ଚତା ବିଶିଷ୍ଟ ୟୁରୋପର ‘ମାଉଣ୍ଟ ଏଲୋବ୍ରୋସ’ ଏବଂ ୩ ଡିସେମ୍ବର ୨୦୧୫ରେ ଅଷ୍ଟ୍ରେଲିଆର ୨,୨୨୮ ମିଟର ଉଚ୍ଚ ପାହାଡ଼ ‘କୋସିଓଯୋକ’କୁ ବିନା ଅମ୍ଳଜାନରେ ଆରୋହଣ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଥିଲ। ତୁମର ଅବର୍ତ୍ତମାନ ସାରା ରାଜ୍ୟ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଦୁଃସାହସିକ କ୍ରୀଡ଼ାଜଗତରେ ତୁମେ ଥିଲ ଏକ ଉଜ୍ଜ୍ୱଳ ତାରକା ଏବଂ ବିଶେଷକରି କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ। ତୁମେ ଏ ରାଜ୍ୟର ବରପୁତ୍ରୀ। ତୁମର ଅତୁଳନୀୟ ଅବଦାନ ଆମ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିବ। କେବଳ ଏତିକି ନିବେଦନ, ତୁମର ରାଜ୍ୟ ପାଇଁ ଉତ୍ସର୍ଗୀକୃତ ଅବଦାନକୁ ଆମେ ଯଥାର୍ଥ ସମ୍ମାନ ଦେଇପାରିବୁ ଯଦି ତୁମ ଗ୍ରାମ ସାରିଆପଡ଼ା ଓ ଢେଙ୍କାନାଳ ଜିଲାରେ କୌଣସି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ଏକ ପ୍ରମୁଖ ସଡ଼କକୁ ତୁମ ନାମରେ ନାମିତ କରାଇପାରିବୁ। ଦ୍ୱିତୀୟରେ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏକ ପୁରସ୍କାର ତୁମ ନାମରେ ରହିବା ମଧ୍ୟ ଉଚିତ। ତୁମର ଏକ ପ୍ରତିମୂର୍ତ୍ତି ତୁମ ନିଜ ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିବା ମଧ୍ୟ ବିଧେୟ। ସାମାନ୍ୟ ଏତିକି କିଛି ଆମେ କରିପାରିଲେ ହୁଏ ତ ତୁମର ଉଲ୍ଲେଖନୀୟ ଅବଦାନକୁ ଉପଯୁକ୍ତ ସମ୍ମାନ ଦେଇପାରିବୁ।
ଭୁବନେଶ୍ୱର, ମୋ-୯୮୬୧୧୨୬୮୦୦, ଇ-ମେଲ୍‌: dr.alokaditya@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri