ବିଡିଓଙ୍କୁ ବଦଳି ଦାବିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପତ୍ର

ଖଇରପୁଟ,୧୩ା୧୨(ଡି.ଏନ୍‌.ଏ: ମାଲକାନଗିରି ଜିଲା ଖଇରପୁଟ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ବିରୋଧରେ ଦୁନୀତି ଓ ଲୋକ ପ୍ରତିନିଧିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ତାଙ୍କୁ ଏହି ବ୍ଲକରୁ ତୁରନ୍ତ ବଦଳି କରିବାକୁ ବ୍ଳକର ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଶୁକ୍ରବାର ସେମାନେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ପତ୍ର ଦେଇଛନ୍ତି। ବିଡିଓ ବର୍ମନ ଏହି ବ୍ଲକରେ ଯୋଗଦେବା ପରଠାରୁ ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ପ୍ରତିଦିନ ସେ ବ୍ଲକ କାର୍ଯ୍ୟାଳୟକୁ ଦିନ ୧୨ଟାରେ ଆସି ୩ଟାରେ ଚାଲିଯାଉଛନ୍ତି ା ଫଳରେ ଦୂରଦୁରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ବିଡିଓଙ୍କ ପାଇଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠିକ୍‌ ସମୟରେ ହୋଇପାରୁ ନାହିଁ ା ଏପରିକି ପଞ୍ଚାୟତ ସମିତି ବୈଠକକୁ ମଧ୍ୟ ସେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଛି ା ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡମେମ୍ବର ଏପରିକି ସେ ବ୍ଲକ ଅଧ୍ୟକ୍ଷାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନଜିର ରହିଛି ା ପ୍ରତ୍ୟେକ କାମ ପାଇଁ ସେ ଅର୍ଥ ମାଗୁଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ତୁରନ୍ତ ବର୍ମନଙ୍କୁ ଏଠାରୁ ବଦଳି କରିବାକୁ ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଏହାର ଏକକିତା ନକଲ ଚିତ୍ରକୋଣ୍ଡା ବିଧାୟକ, ନବରଙ୍ଗପୁର ଏମ୍‌ପି, ପଞ୍ଚାୟତିରାଜ ବିଭାଗ ସଚିବ, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।