ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ

ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି ପୂଜାମଣ୍ଡପରେ ଜଗତଜନନୀ ମା ଦୁର୍ଗା, ହରାପର୍ବତୀ ଓ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଜୟାଦଶମୀରେ ପରମ୍ପରା ମୁତାବକ ସ୍ବାମୀମାନଙ୍କ ମଙ୍ଗଳ ମନାସୀ ମହିଳାମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ପ୍ରାୟ ସମସ୍ତ ପୂଜା ମଣ୍ଡପରେ ଏହି ପୂଜାର୍ଚ୍ଚନା ହୋଇଛି। ପୂଜାର୍ଚ୍ଚନା ପରେ ମହିଳାମାନେ ପରସ୍ପରକୁ ସିନ୍ଦୂର ବୋଳିଥିଲେ। ବାରିପଦା ସହରର ବାରୁଣୀରୋଡ଼ ଦୁର୍ଗା ପୂଜାମଣ୍ଡପରେ ଏଥିପାଇଁ ମହିଳାମାନଙ୍କ ଭିଡ଼ ଲାଗିରହିଥିଲା।