ବିଜେପୁର ଏନ୍‌ଏସିରେ ବିଜେଡିର ବାଇକ ରାଲି

ବିଜେପୁର,୧୯।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାରର ଶନିବାର ଅନ୍ତିମ ଦିବସ। ତିନି ଦଳର ହେଭିଓ୍ବେଟ ନେତା ତିନି ବ୍ଲକ୍‌ରେ ପ୍ରଚାର କରିଥିଲେ। ଯେଉଁ ଅଞ୍ଚଳରେ ପ୍ରଚାର ଟିକିଏ ବାକି ରହିଥିବା ନଜରକୁ ଆସିଛି ସେଇ ଏରିଆକୁ ନେତାଗଣ ପ୍ରଚାର ପାଇଁ ମୁହଁାଇଥିବା ପରିଲକ୍ଷିତ ହେଉଛି। ଏହିକ୍ରମରେ ବିଜେଡି ବିଜେପୁର ଏନ୍‌ଏସି ସଦର ମହକୁମାରେ ଶନିବାର ବାଇକ ରାଲିକରି ନିଜର ଶକ୍ତି ପ୍ରଦର୍ଶନ କରିଛି। ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ନେତୃତ୍ୱରେ ଏହି ବାଇକ ରାଲି ବିଜେପୁର-ବରଗଡ଼ ରାସ୍ତାର ପେଟ୍ରୋଲପମ୍ପ୍‌ରୁ ବାହାରି ଏନ୍‌ଏସିର ବିଭିନ୍ନ ଓ୍ବାର୍ଡ ପରିକ୍ରମା କରିଛି। ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ଜିଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ ପ୍ରମୁଖ ନେତାମାନେ ସହଯୋଗ କରିଥିଲେ। ସେହିପରି ପ୍ରାର୍ଥତ୍ନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଉପରପଡ଼ାରୁ ବାହାରିଥିବା ମହିଳାମାନଙ୍କ ଶୋଭାଯାତ୍ରା ଏନ୍‌ଏସି ପରିକ୍ରମା କରିଥିଲା।