ବିଜେପୁର ଉପନିର୍ବାଚନ: ୫ଜଣ ନେଲେ ନାମାଙ୍କନ ପତ୍ର

ପଦ୍ମପୁର,୨୭।୯(ଡି.ଏନ.ଏ): ବରଗଡ଼ ଜିଲା ବିଜେପୁରରେ ଆସନ୍ତା ଅକ୍ଟୋବର ୨୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଉ ୩ଦିନ ପରେ ଅର୍ଥାତ୍‌ ଚଳିତ ମାସ ସେପ୍ଟେମ୍ବର ୩୦ରେ ପ୍ରାର୍ଥୀ ନାମାଙ୍କନ ଦାଖଲର ଶେଷଦିନ ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରି ନ ଥିବା ବେଳେ ୨ପ୍ରମୁଖ ଦଳ ଭାଜପା ଓ ବିଜେଡି ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଅନ୍ୟପଟେ ଶୁକ୍ରବାର ସନ୍ଧ୍ୟାରେ ୫ଟା ସୁଦ୍ଧା ୫ଜଣ ପଦ୍ମପୁର ଉପଜିଲାପାଳ ଅଫିସରୁ ନାମାଙ୍କନପତ୍ର ନେଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଦୀଲ୍ଲିପ କୁମାର ପଣ୍ଡା ରହିଥିବା ବେଳେ ଅଖିଳ ଭାରତ ହିନ୍ଦୁ ପରିଷଦରୁ ଅଶୋକ ମିତ୍ତଲ, ସମାଜବାଦୀ ପାର୍ଟିରୁ ଗଙ୍ଗାଧର ପୂଜାରୀ, ଭାଜପାରୁ ସନତ ଗଡତୀୟା ଏବଂ ସ୍ବାଧୀନରୁ ପ୍ରିୟରଞ୍ଜନ ଭୋଇ ରହିଛନ୍ତି। ସମସ୍ତ ୪ସେଟ୍‌ ଲେଖାଏଁ ନାମାଙ୍କନ ପତ୍ର ନେଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ପଣ୍ଡା କେବଳ ନାମାଙ୍କନ ପାଇଁ ଆବଶ୍ୟକ ଦେୟ ଜମା କରିଥିବା ସୂଚନା ମିଳିଛି।