ବିଜେପୁରରେ ପୁଣି ରୀତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବାଜିମାତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ରେକର୍ଡ ବ୍ୟବଧାନରେ ରୀତା ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୦ ଭୋଟରେ ହରାଇଛନ୍ତି। ଶେଷ ୨୧ ରାଉଣ୍ଡରେ ରୀତାଙ୍କୁ ମୋଟ ୧,୩୫,୯୪୯ ଭୋଟ ମିଳିଥିବା ବେଳେ ସନତଙ୍କୁ ୩୭,୯୫୫ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୫,୮୭୧ ଭୋଟ ମିଳିଛି। ରୀତାଙ୍କ ଏଭଳି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ଗତ ସାଧାରଣ ନିର୍ବାଚନରେ ନବୀନ ପ୍ରାର୍ଥୀ ହୋଇ ଯେଉଁ ବ୍ୟବଧାନରେ ଜିତିଥିଲେ, ରୀତା ଏଥର ଭୋଟ ଗଣତିର ୧୨ ରାଉଣ୍ଡରୁ ତାହା ଅତିକ୍ରମ କରି ସାରିଥିଲେ।