ବିଜେଡି ସଭାପତି ପଦ: ନାମାଙ୍କନପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ବିଜେଡି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରବିବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜଧାନୀସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଶୁକ୍ରବାର ବିଜେଡି ପକ୍ଷରୁ ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ଏହାପରେ ଦଳର ୩ ଛାମୁଆ ସଂଗଠନ(ଯୁବ,ଛାତ୍ର, ମହିଳା)ର ପୁନର୍ଗଠନ ନେଇ ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ।