ବିଜେଡି ବିଧାୟକ ଦଳ ନେତା ହେଲେ ନବୀନ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନବୀନଙ୍କୁ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ନବୀନଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସମସ୍ତ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ। ଏହାପରେ ନବୀନ ପଟ୍ଟନାୟକ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ସହ ସରକାର ଗଠନ କରିବା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଥିଲେ।