Categories: ଜାତୀୟ

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ ରହିଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ କେନ୍ଦ୍ର ସରକାର ଏହି ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ କରିବାର ଯୋଜନା ରଖିଥିବା ଜଣାପଡିଛି। ତେବେ ସୋମବାର ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ରାଜନୈତିକ ଦଳର ପ୍ରଶଂସା କରିଛନ୍ତି। ଗୋଟିଏ ହେଉଛି ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଓ ବିଜୁ ଜନତା ଦଳ(ବିଜେଡି)। ମୋଦି କହିଛନ୍ତି ଏହି ଦୁଇ ଦଳ ସଂସଦୀୟ ମାନଦଣ୍ଡକୁ ବେଶ୍‌ ଭଲଭାବେ ପାଳନ କରିଛନ୍ତି। ଏମାନେ କେବେବି ଖାଲ ଭିତରକୁ ଯାଆନ୍ତି ନାହିଁ। ଏହାପରେ ବି ସେମାନେ ନିଜ କଥାକୁ ଗୁରୁତ୍ୱ ଦିଅନ୍ତି ଓ କାର୍ଯ୍ୟକାରୀ କରନ୍ତି। ତେଣୁ କେବଳ ମୁଁ ନୁହେଁ ଅନ୍ୟ ଦଳମାନେ ମଧ୍ୟ ବିଜେଡି ଓ ଏନ୍‌ସିପିଠାରୁ ଶିଖିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।

Share