ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ ଠିଆ ହୋଇ ଥିବା ବେଳେ ଦଳିତ ସାହିର କିଛି ଯୁବକ ସେଠାରେ ପହଞ୍ଚତ୍ ଲୁହାଛଡ଼ରେ ତାଙ୍କୁ ଅତର୍କିତ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଏ ନେଇ ତାଙ୍କ ବଡ଼ଭାଇଙ୍କ ସହ ବହୁ ସଂଖ୍ୟକ ଯୁବକ ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଗତ ରବିବାର କାହ୍ନୁଙ୍କ ବଡ ଭାଇଙ୍କୁ ଆକ୍ରମଣକାରୀ ଧମକ ଦେଇଥିବାରୁ କାନ୍ନୁ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।