ବିଜୁ ପକାଘର ଯୋଜନା ବାଟ୍‌ବନା:୧୦ ବଛର ହେଲା ଗୁହାଲ ପାଲଟିଛେ ଘର

ଦେଓଗାଁ,୨୪ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଁଚେତ୍‌ରେ ରାଏଜ୍‌ ସରକାରକଁର ବିଜୁ ପକାଘର ଯୋଜନା ବାଟବନା ହେଇଥିବାର ଦେଖ୍‌ବାକେ ମିଲିଛେ। ଇ ପଁଚେତ୍‌ର ମୁଣ୍ଡପଲା ଗଁା ନୂଅଁା କଲୋନୀ ଅଏଁଲାପରାର ଝନେ ଲୋକ୍‌ ତାକର ପିଲାଛୁଆ ଧରି ଗାଈ, ଛେଲି ରଖୁଥିବାର ଗୁହାଲରେ ବଡ଼ା ଗୁଲଗୁଲା ହେଇ ରହୁଥିବାର ଦେଖ୍‌ବାକେ ମିଲିଛେ।
ସୂଚନା ଅନ୍‌ସାରେ ଦେଓଗଁା ବ୍ଲକ କୁଲୁତାପଡ଼ା ପଁଚେତ୍‌ ଅଏଁଲାପରାର ଗୌତମ କରନ କୁଟୁମବସିଆ ଆଏଜ୍‌କେ ୧୦ ବଛର ହେଲା ଗାଈ, ଛେଲିକର ସଂଗେ ଗୁହାଲେ ରହୁଛନ୍‌। ସେ ନିହାତି ଗରିବ ହେଇଥିଲାବେଲେ ପରହର ଗୁତି କରବାର ସଂଗେ ଗାଈ, ଛେଲ୍‌ ପଟ୍‌ଦୁ ରଖି ନିଜର କୁଟୁମ ପୁଷୁଛନ୍‌। ୨ ବଛର ତଲେ ହଠାତ୍‌ କେହେନ୍‌ସି କାରନ୍‌ରୁ ତାକର ମାଏକିନା ଆରପାରକେ ଚାଲିଗଲେ। ସେଦିନଠାନୁ ପରିବାରର ସବୁବୋଝ୍‌ ଗୌତମ ଉପରେ ରହିଛେ। ତାକର ଦୁଇ ଝି’ ପିଙ୍କି ଆର ରିଙ୍କି ପାଠ୍‌ପଢ଼ା ଛାଡ଼ି ଗାଈ, ଛେଲ୍‌ ଚରାବାର ସଂଗେ ଘରର କାମ୍‌ବୁତା କରୁଛନ୍‌। ସେନ୍‌ତା ଗୁଟେ ବଲି ପୁଓ ସୁବ୍ରତ ଉନିଆ ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ଗୌତମ ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାର ଲାଗି ୪ରୁ ୫ ବଛର ହେଲା ଥାନୀୟ ନେତା, ଅଧ୍‌କାରୀମାନକୁ ଭେଟି ନିରାଶ ହେଇଛନ୍‌। ଏନ୍‌ତା କି ପଁଚେତ୍‌ରେ କାଗଜପତର କରିଦେବାର ଲାଗି ଝନେ କରମ୍‌ଚାରୀ ଟଁକା ମାଗୁଥିବାର ସେ ଅଭିଯୋଗ କରିଛନ୍‌। ଇ ପରିବାର ବାବ୍‌ଦେ ୨୦୧୮ ନଭେମ୍ବର ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଛେଲ୍‌ ଗୁହାଲ ପାଲଟିଛେ ଆଶ୍‌ରେ ଥଲ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ସେବେଲର ଦେଓଗଁା ବିଡିଓ ଶଙ୍କର ପ୍ରସାଦ ସାହୁ ଘଟନାର ତଦଁତ୍‌ କରି ଗୌତମକଁର ପରିବାର ଆବାସ ଘର ପାଏବାର ଲାଗି ହକ୍‌ଦାର ଆଏବଲି କହିଥିଲେ। ହେଲେ ସେ ସମିଆରେ ସାଧାରନ ନିରବାଚନର ସଜବାଜ ଆରମ୍‌ ହେଇଯାଇଥିଲା, ଇଆଡ଼େ ବିଡିଓକଁର ଉନିଆ ଜାଗାକେ ବଦଲି ହେଇଯିବାର ଲାଗି ଗୌତମ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଲେ। ଇ ଘଟନା ବାବ୍‌ଦେ ଏହେଦ୍‌କାର ବିଡିଓ ବେର୍ଣ୍ଣାଦେତ୍‌ ଲାକ୍ରାକୁଁ ପଚରାଲାରୁ ଇ ବାବ୍‌ଦେ ପୂରବର ବିଡିଓ ମତେ କହିଛନ୍‌। ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌। ସେନ୍‌ତା ଦେଓଗଁା ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗକୁଁ ପଚରାଲାରୁ ଗୌତମକଁର ପରିବାର ବାବ୍‌ଦେ ବିଧାୟକ ନରସିଂହ ମିଶ୍ରକୁଁ ଜନାଲା ଉତାରୁ ଇ ପରିବାରକେ ଆବାସ ଯୋଜନାରେ ସାମିଲ କରବାକେ ସୁପାରିଶ ହେଇଛେ ବଲି ସେ କହିଥିଲେ। ଘଟନା ବାବ୍‌ଦେ କୁଲୁତାପଡ଼ା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଲିଙ୍ଗରାଜ ସୁନାକୁଁ ପଚରାଲାରୁ ଗୌତମକଁର ନଁା ତାଲିକାରେ ରହିଛେ, ସେ ବହୁତ୍‌ ଜଲଦି ଯୋଜନାର ଲାଭ ପାଏବେ ବଲି ସେ କହିଥିଲେ।