ବିଜୁ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ଏଥିସହ ବିଜୁ ବାବୁ ଅମର ରହେ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଏହି ଅବସରରେ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ଶଙ୍କର ଚକ୍ର, ପୁର୍ବତନ ବିଧାୟକ କାହ୍ନୁ ଚରଣ ନାୟକ, ମୀନା ମାଝୀ, କାନନ ବିହାରୀ ପୋହି, ସମେତ ବହୁ ତୁଙ୍ଗନେତା ସାମିଲ ହୋଇଥିଲେ। ଏହାପରେ ସ୍ଥାନୀୟ ପ୍ରେମ ଲତିକା କଳା ଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜୀବନୀ ଓ ଆଦର୍ଶକୁ ବିଜେଡିକର୍ମୀ ପକାଇଥିଲେ।