ବିଛାଖଣ୍ଡି ଖାଦାନରେ ଚଢାଉ, ୧୮କୁ ନୋଟିସ

ଧର୍ମଶାଳା/ଜେନାପୁର,୧୪|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଓ ବନ ବିଭାଗ ପକ୍ଷରୁ ବିଛାଖଣ୍ଡି ମୌଜାରେ ପୁନଶ୍ଚ ମଙ୍ଗଳବାର ବେଆଇନ କ୍ରଶର ଉପରେ ଚଢାଉ କରାଯାଇଛି। ଏହି ସମୟରେ ଏନ୍‌ଓସି ନ ଥିବା ୧୮ଟି କ୍ରଶରକୁ ନୋଟିସ କରାଯାଇଥିବା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି କହିଛନ୍ତି। ଚଢାଉରେ ଅତିରିକ୍ତ ତହସିଲଦାରଙ୍କ ସହ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ, ଗଡ଼ମଧୁପର ଫରେଷ୍ଟର ରଞ୍ଜନ କୁମାର ମିଶ୍ରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରକାଶ ଯେ, ବିଛାଖଣ୍ଡି ମୌଜାରେ ବେଆଇନ ଭାବେ ଗଢ଼ିଉଠିଥିବା କ୍ରଶର ୟୁନିଟଗୁଡିକୁ ରବିବାର ତହସିଲଦାର ସରୋଜ କୁମାର ପଣ୍ଡା ଚଢାଉ କରି ୩ କ୍ରଶରକୁ ସିଲ କରିଥିବାବେଳେ ୧୯ଟିକୁ ନୋଟିସ କରିଥିଲେ।