‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ ଯୋଗୁ ଶୋ’ ଟିଆର୍‌ପି ତାଲିକାର ଶୀର୍ଷରେ ରହିଆସୁଛି। ତେବେ ଯଦି ଶୋ’ର ଫର୍ମାଟ୍‌କୁ ଦେଖାଯାଏ, ବିଶେଷକରି ବିବାଦୀୟ ବ୍ୟକ୍ତିବିଶେଷଙ୍କୁ ଏଥିରେ ସୁଯୋଗ ଦିଆଯାଇଥାଏ। ଚଳିତ ଥର ଏଭଳି କିଛି ପ୍ରତିଯୋଗୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଏବେ ଶୋ’ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଲିବ୍ରିଟିମାନେ ନିଜ ନିଜ ପସନ୍ଦର ପ୍ରତିଯୋଗୀମାନଙ୍କ ସମର୍ଥନରେ ବାହାରୁଛନ୍ତି। ଏହି କ୍ରମରେ ଶ୍ରୀସନ୍ଥଙ୍କ ସହଧର୍ମିଣୀ ଭୁବନେଶ୍ୱରୀ ମଧ୍ୟ ବିଗ୍‌ବସ୍‌ର ବଡ଼ ପ୍ରଶଂସକ। ସେ ଏହାର ୩ଜଣ ପ୍ରତିଯୋଗୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ହେଲେ ଆସିମ୍‌ ରିଆଜ୍‌, ଶେହନାଜ୍‌ ଗିଲ୍‌ ଏବଂ ରଶ୍ମି ଦେଶାଇ। ଏମାନଙ୍କୁ ସେ ଟପ୍‌-୩ରେ ଦେଖିବାକୁ ଚାହୁଁଛନ୍ତି। ଅପରପକ୍ଷେ ଏକରକମ ଶୋ’ର ବିଜେତା କୁହାଯାଉଥିବା ସିଦ୍ଧାର୍ଥ ଶୁକ୍ଳା ତାଙ୍କୁ ପସନ୍ଦ ନ ଥିବା ସେ କହିଛନ୍ତି। ଏନେଇ ଭୁବନେଶ୍ୱରୀ ଟୁଇଟ୍‌ କରିଛନ୍ତି।


ବିଗ୍‌ବସ୍‌ର ପୂର୍ବ ସିଜନ୍‌ରେ ପ୍ରତିଯୋଗୀ ଥିଲେ ଶ୍ରୀସନ୍ଥ। ମ୍ୟାଚ୍‌ ଫିକ୍ସିଂ ମାମଲାରେ ସେ ଜେଲ ଯିବା ପରେ ବିବାଦରେ ରହିଆସୁଥିଲେ। ଏପରିକି ତାଙ୍କୁ କ୍ରିକେଟ୍‌ ଟିମ୍‌ରୁ ବାହାର କରିଦିଆଯାଇଥିଲା। ପରେ ସେ ଏହି ମାମଲାରେ ଦୋଷମୁକ୍ତ ହୋଇଥିଲେ ହେଁ ପୁନର୍ବାର ଖେଳଜଗତକୁ ଫେରିପାରି ନ ଥିଲେ। ଏହାର କିଛିଦିନ ପରେ ବିଗ୍‌ବସ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ରନର୍ସ ଅପ୍‌ ମଧ୍ୟ ସେ ହୋଇଥିଲେ। ଶ୍ରୀସନ୍ଥଙ୍କ ଜୀବନଯାତ୍ରାକୁ ଯଦି ଦେଖାଯାଏ, ତେବେ ଧର୍ମପତ୍ନୀ ଭୁବନେଶ୍ୱରୀ ତାଙ୍କର ଶକ୍ତି ବୋଲି କୁହାଯାଏ। ବିଗ୍‌ବସ୍‌ରେ ଶ୍ରୀସନ୍ଥ ଥିବା ସମୟରେ ସେ ସମର୍ଥନ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri